You are currently viewing ଶୈଶବରୁ ବାର୍ଦ୍ଧକ୍ୟ
ଶୈଶବରୁ ବାର୍ଦ୍ଧକ୍ୟ

ଶୈଶବରୁ ବାର୍ଦ୍ଧକ୍ୟ

ଶୈଶବରୁ ବାର୍ଦ୍ଧକ୍ୟର
ଦୀର୍ଘତମ ପଥରେ…

ଶୈଶବ ଶଯ୍ୟା ଛାଡ଼ି ଯୌବନ ପଦାର୍ପଣ କଲା
ଧନ, ଯୌବନ ଅଢ଼େଇଦିନ ପ୍ରଳାପ ଲାଗିଲା
ହସ, ଖୁସି, ଉତ୍କଣ୍ଠାରେ
ଜୀବନର ଶଯ୍ୟା ପୁରି ଉଠୁଥିଲା…

ଜଣା ପଡ଼ିଲାନି କେତେବେଳେ
ଯୌବନ କଡ଼ ନେଉଟି
ବାର୍ଦ୍ଧକ୍ୟକୁ ବିଶ୍ରାମ ଦେଲା
ମୋ ଜୀବନ ରୁପି ଶଯ୍ୟାରେ…

କ୍ଷଣକ ପୂର୍ବରୁ ତ ସ୍ୱପ୍ନ ଥିଲା
ରଙ୍ଗ ବେରଙ୍ଗର ଫୁଲ ଫୁଟିଥିଲା
ସ୍ୱପ୍ନ ଆକାଂକ୍ଷାର ମିଳନ ହୋଉଥିଲା
ପୁଅ, ଝିଅ, ସ୍ୱାମୀର ଆର୍ତ୍ତ ରେ
ଜୀବନର ଶଯ୍ୟା ହସି ଉଠୁଥିଲା…

କ୍ଷଣସ୍ଥାୟୀ ଜୀବନର ଶଯ୍ୟା ଆଜି ସ୍ଥିର
ଭାବନା ସବୁ ଆଜି ହେଲା ପର
ଛିଡ଼ି ଯାଇଛି ମିଛ ସମ୍ପର୍କର ଡୋର
ଯେବେ ସ୍ମଶାନରର ଶଯ୍ୟାରେ
ପଡ଼ି ରହିଛି ସ୍ଥିର ଶରୀରଟି ମୋର
ଶୈଶବରୁ ବାର୍ଦ୍ଧକ୍ୟର
ଦୀର୍ଘତମ ପଥରେ…….

– ପୂର୍ଣ୍ଣିମା ଲେଙ୍କା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପୂର୍ଣ୍ଣିମା ଲେଙ୍କା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।