You are currently viewing ମୁଁ ମୌସୁମୀ
ମୁଁ ମୌସୁମୀ

ମୁଁ ମୌସୁମୀ

କଥା ଦେଇଥିଲି ସେ କଥା ରଖିଲି
ଦେଖ ମୁଁ ମୌସୁମୀ ଓଡ଼ିଶା ଆସିଲି,
ନବୁଝି ନସୁଝି କ‌ହୁଅଛ ତୁମେ
ମୁଁ ଯେ ତୁମକୁ ଧୋକା ଦେଇଦେଲି ।

ଆସିବାରେ ଟିକେ ବିଳମ୍ବ ହୋଇଛି
ହୃଦୟଙ୍ଗମ ତାହା ମୁଁ କରୁଛି,
ସେ ଲାଗି ଏମିତି ମନ ଦୁଃଖ କର
ଭାବିଲେ ମୋ ମନ ଦରବେ ଭରୁଛି ।

ଶୀତଳ ପରଶେ ଭରିଦେଲି ଦେଖ
ଓଡ଼ିଶାର ସବୁଠାରେ ବରଷିଲି,
ସକାଳୁ ମୁଁ ତୁମକୁ ଦେଖିବି ବୋଲି
ତୁମ ଘରଆଡ଼େ ବୁଲି ବାହାରିଲି ।

ହାଲକା ନିଦରେ ଶୋଇଥିଲ ତୁମେ
ଝରକା ଫାଙ୍କରୁ ଏହା ଦେଖିନେଲି
ଦେଖି ପାରିଲନି ତୁମେ ମୋତେ ସିନା
ଅଭିମାନେ କୁହ ଭୁଲିଗଲି ବୋଲି ।

ସ୍ୱାତୀ ବନ୍ଦନା କର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ୱାତୀ ବନ୍ଦନା କର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗଳ୍ପ ଓ କବିତା ଆଦି ରଚନା କରିଥାନ୍ତି ।