You are currently viewing ଅଜଣା ଆକାଶର ତାରାଟିଏ
ଅଜଣା ଆକାଶର ତାରାଟିଏ

ଅଜଣା ଆକାଶର ତାରାଟିଏ

ନଈ ସେ ପାଖରେ ତୁମେ
ନଈ ଏ ପାଖରେ ମୁଁ,
ଦିନ ଥିଲା ତୁମେ ମୋତେ ଚାହୁଁଥିଲ
ମୁଁ ବି ଚାହୁଁଥିଲି ତୁମକୁ !!!

ପରସ୍ପର ପରସ୍ପରକୁ ଦେଖୁଥିଲେ
ପୁଣି ବି ଖୋଜୁଥିଲେ
ଆହୁରି ବି ଭାବୁଥିଲେ
ଥିଲା ସିଏ ପାଇବାର ବେଳ ।

ଆହା ! କାହା ଅଗଣାରେ ଫୁଲଟିଏ
ହୋଇ ଫୁଟିବି କି?
ଏ ଆଶାର କ୍ଷୀଣ ରେଖାଟିଏ ନଥିଲା ।

ଝାପ୍‌ସା ଆଖିରେ ଏହା ଚିହ୍ନଟିଏ
ବି ହୋଇ ନ ଥିଲା ।
କି ଭାବନାର କ୍ଷୀଣ ବିନ୍ଧୁଟିଏ ବି
ସ୍ପର୍ଶ କରୁ ନଥିଲା ।

ଦିନ ଗଲା ଚିହ୍ନଟିଏ ପରି
ଏବେ କିନ୍ତୁ ଆକାଶରେ ତାରାଟିଏ ପରି
ତୁମେ ଫୁଟିଲ ।
ସତରେ କୁହ କାହା ଅଗଣାରେ?

ବେଳ ହଜିଗଲା କଥା ରହିଗଲା ।
ଆକାଶର ତାରାଟିଏ ମୋତେ
କଥା କୁହେ ମୋତେ ।
ମୁଁ ପଚାରି ବସେ ତୁମରି ଠିକଣା ।

ସେ ହସିଦେଇ କ‌ହିଥାଏ-
ଅଜଣା ଆକାଶର ତାରାଟିଏ ସିଏ ।
ମୋତେ ପଚାରନା ତାଙ୍କ ଠିକଣା ।
ମୋତେ ସେ ସବୁ ଅଜଣା ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...