You are currently viewing ଧନ୍ୟ ଅଟଇ ଆମ ଭାରତ
Odia Poem Dhanya Atai Ama Bharat (ଧନ୍ୟ ଅଟଇ ଆମ ଭାରତ) by Sanu Jena

ଧନ୍ୟ ଅଟଇ ଆମ ଭାରତ

ଧନ୍ୟ ଅଟଇ ଆମର ଦେଶ
ଧନ୍ୟ ତୋ’ର ପରିବେଶ
ପ୍ରକୃତି ମା’ର କୋଳରେ ଝୁଲି
ଧନ୍ୟ ହୋଇଲୁଁ ଆମ୍ଭେ ତୋହରି ପାଇଁ ॥

ଧର୍ମ ନିରପେକ୍ଷ ଆମରି ଦେଶ
ବିପୁଳ ଜନଙ୍କ ଏଠି ବାସ
ହିନ୍ଦୁ, ମୁସଲମାନ, ଶିଖ୍,
ଇଷାଇ ସମସ୍ତେ ମିଳିମିଶି
ଗଢ଼ିଲେ ପ୍ରେମ ପ୍ରଦୀପର ଉଆସ ॥

ବୁଦ୍ଧଦେବ, ମହାବୀର, ମହା ମହା ପଣ୍ଡିତ ଗଣ
ପ୍ରଚାରୀଲେ ସବୁ ଧର୍ମର ସାର
ବିଶ୍ୱବ୍ୟାପି ଚାରିଆଡ଼େ
ସୁଗନ୍ଧିତ ହୋଇ ମହକିଲା ଧର୍ମର ଜ୍ଞାନ ॥

ଭାରତ ସନ୍ତାନ ଆମ୍ଭେ
କରୁ କର୍ମ ନିଜ ଦମ୍ଭେ
ପରାଧୀନ ନୁହେଁ ଆମ୍ଭେ କାହା ନିକଟେ
ଶାନ୍ତି ପ୍ରେମି ଅଟୁ ଆମ୍ଭେ ନ ଲଢ଼ିବୁ କାହା ସଙ୍ଗେ ॥

ଧନ ଧାନ୍ୟ ବିଦ୍ୟା ରତ୍ନ
ସବୁରେ ପରିପୂର୍ଣ୍ଣ ଦେଶ ଆମ୍ଭର
ତୋହର ସନ୍ତାନ ଆମ୍ଭେ ଅଟୁ
ଧନ୍ୟ ଆମ୍ଭ ଭାରତ ଦେଶ ॥

– ସାନୁ ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସାନୁ ଜେନା ଝାଡ଼ଖଣ୍ଡ ସ୍ଥିତ ପୂର୍ବ ସିଂହଭୂମରେ ବାସ କରୁଥିବା ଜଣେ ଓଡ଼ିଆ ଲେଖିକା ତଥା କବି । ସେ ଓଡ଼ିଆ ଭାଷା ସମେତ ହିନ୍ଦୀ ତଥା ଇଂରାଜୀ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।