You are currently viewing ମେଘୁଆ ପାଗରେ
ମେଘୁଆ ପାଗରେ

ମେଘୁଆ ପାଗରେ

ମେଘୁଆ ପାଗରେ ହଜିଯିବା ଆମେ
ଏମିତି ଏକ ଜାଗାରେ,
ଫୁଲକୁ ଭ୍ରମର ଚୁମୁଥିବ ଖାଲି
ଖୁସି ଖୁସିର ପ୍ରେମରେ ।

ଝରୁଥିବ ବର୍ଷା ଡାଳରୁ ମୂଳକୁ
ତଳେ ଥିବା ଦୁହେଁ ବସି,
ଓଠରେ ଓଠକୁ ଲଗେଇ ଦେବା ଯେ
ବରଷ ବି ହେବ ଖୁସି ।

ଓଠ ଫାଙ୍କ ଦେଇ ନିର୍ଝର ବରଷା
କ‌ହିବ କିଛି କଥାରେ,
ତ‌ଥାପି ଓଠଟା ଶୁଖିଲା ଶୁଖିଲା
ଥିବ ମୋ ଚୁମ୍ବନ ଆଶାରେ ।

ଇନ୍ଦ୍ରଧନୁ ରଙ୍ଗେ ରଙ୍ଗିଯିବା ଆମେ
ହସୁଥିବ ଦେଖି ଜ‌ହ୍ନ,
ପ୍ରେମ ବରଷାରେ ଭିଜିଯିବା ଆମେ
ମିଶେଇ ଆମରି ମନ ।

ହସି ଦେଉଥିବ ମୁରୁକି ମୁରୁକି
ଆଖିରେ ଆଖି ମିଶିଲେ,
ଲାଜପଣ ତୁମ ବାହାରି ଆସିବ
ଛାତିରେ ହାତ ବାଜିଲେ ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରାମ କଲତା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।