You are currently viewing କେମିତି କହିବି ତୋ ଆଗେ
କେମିତି କହିବି ତୋ ଆଗେ

କେମିତି କହିବି ତୋ ଆଗେ

ସଞ୍ଜ ଆସିଗଲେ ତୋ କଥା ମନେପଡ଼େ
ରାତି ହେଲେ ତୋ ଛବି ଉଙ୍କିମାରେ
କେମିତି କହିବି ତୋ ଆଗେ
ସ୍ୱପ୍ନରେ ମୁଁ ନିତି ଏମିତି ହଜୁଥାଏ ।

ଚାଲିଗଲେ ପଛକୁ ବୁଲି ଚାହେଁ
ଲାଗୁଥାଏ ଏମିତି କାହିଁ କି ହୁଏ
କେମିତି କହିବି ତୋ ଆଗେ
ସତରେ ମୁଁ ଏମିତି ତୋତେ ଝୁରୁଥାଏ ।

କାହିଁ କେବେ ଏକୁଟିଆ କଥା ହୁଏ
ଆସିଗଲେ କେହି ମୁଁ ଚାଲିଯାଏ
କେମିତି କହିବି ତୋ ଆଗେ
ଏ ମନ ତୋତେ ହିଁ ଖୋଜୁଥାଏ ।

ରାତି ରାତି ତୋ କଥା ଭାବି ଭାବି ସରିଯାଏ
ଆଉ ଗୋଟେ ନୂଆ ସକାଳ
ଅପେକ୍ଷାରେ ଥାଏ
କେମିତି କହିବି ତୋ ଆଗେ
ତୋତେ ମୁଁ କେତେ ଭଲପାଏ ।

ପଛରୁ ଶୁଭିଲା ମୁଁ ବି ତୁମକୁ…….
ଭାବୁ ଭାବୁ ଲେଖିଦେଲି
କହୁ କହୁ କହିଦେଲି
ଜାଣି ନଥିଲି ତୁମକୁ
ଏତେ ନିକଟରୁ ପାଇଯିବି ବୋଲି,
ଏମିତି ଥିବ ସାଥି ହୋଇ ମୋର
କେବେ କରିବନି ମୋତେ ସାତପର
ତୁମେ ମୋର ଆଉ ମୁଁ ତୁମର ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୁଦ୍ର ନାରାୟଣ ଖଟୁଆ ଜଗତସିଂହପୁରସ୍ଥିତ ରାହାମାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇ.ଆଇ.ଟି ଧାନବାଦରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।