You are currently viewing ମଧୁସ୍ମିତା
ମଧୁସ୍ମିତା

ମଧୁସ୍ମିତା

ହେ ପ୍ରିୟା ମଧୁସ୍ମିତା
ତୁମେ ମୋ ହୃଦୟର ଅକୁହା କଥା
ତୁମେ ମୋ ଜୀବନର ମରମ ବ୍ୟଥା
ତୁମେ ମୋ ଶୟନର ନିଦ୍ରା ହୀନତା
ତୁମେ ମୋ ବଗିଚାର ଅପରାଜିତା ।।

ହେ ପ୍ରିୟା ମଧୁସ୍ମିତା
ତୁମ ପାଇଁ ଲେଖା ମୋର ଅଲେଖା କବିତା
ତୁମ ପାଇଁ ମନ୍ଦିରେ ମୋ ହଜାରେ ସଲିତା
ତୁମ ପାଇଁ ମନେ କେତେ ସପନ ସାଇତା
ତୁମ ପାଇଁ ଏହା ମୋର ପ୍ରେମର ବାରତା ।।

ହେ ପ୍ରିୟା ମଧୁସ୍ମିତା
ତୁମେ କେଉଁ ସାଗରର ମଣି ଓ ମୁକୁତା
ତୁମେ କେଉଁ ବଗିଚାର ଲାଜକୁଳି ଲତା
ତୁମେ କେଉଁ ସିନେମାର ନାୟିକା ଅର୍ଚ୍ଚିତା
ତୁମେ କେଉଁ ଜନମର ଲାଗଇ ବନ୍ଧୁତା ।।

ହେ ପ୍ରିୟା ମଧୁସ୍ମିତା
ତୁମକୁ ଦେଖିଲେ ପଡେନାହିଁ ଆଖିପତା
ତୁମକୁ ଦେଖିଲେ ମନ ରୁହେ ନିରବତା
ତୁମକୁ ଦେଖିଲେ ବଢେ ଦେହର ଉଷ୍ମତା
ତୁମକୁ ଦେଖିଲେ ଓଠ କୁହେ ଗୋଟେ କଥା,

ହେ ପ୍ରିୟା ମଧୁସ୍ମିତା
ହେ ପ୍ରିୟା ମଧୁସ୍ମିତା ।

ହରିପଦ ପରିଡ଼ା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ହରିପଦ ପରିଡ଼ା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି ।