
ଶୂନ୍ୟ ଆକାଶ
ପଛରେ ଛାଡ଼ି ଆସିଥିବା ଅତୀତର ସ୍ମୃତି, କେବେ ହୁଏନା ତା’ର ଇତି, ବୟସର ପରିପକ୍ଵତାରେ ବଳିଷ୍ଠ ହେଉଥାଏ, ଯେତେଦିନ ଯାଉଥିବ ବିତି । ସ୍ମରଣର ସଞ୍ଜିବନୀ ମନର ମୃଦୁ ଜଳେ କଲେ ଛିଞ୍ଚନ, ଜୀବନ୍ୟାସ ପାଇ ଚେଇଁ ଉଠେ ଆଖି ସାମ୍ନାରେ ପରଦାର ଛବିପରି ନାଚିଯାଏ ତା’ର କାମନୀୟ ରୂପ ଲାବଣ୍ୟ, କୋମଳ ହୃଦୟକୁ କରି ଆଚ୍ଛନ୍ନ । ଆଶାର ମୃଗୁଣୀକୁ ଧରି ପାରିବା ପ୍ରାରବ୍ଧର ଏକ ସଂଯୋଗ, ହାତ ଛଡ଼ା ହୋଇ ନିଜ ନଜରରୁ ହେଲେ…