ବୋଉ ନଥିବା ବେଳେ

ବୋଉ ନଥିବା ବେଳେ….

ବୋଉ ଯାଇଛି ମାଉସୀ ଘରକୁ ଘରଯାକ କାମ ମୋ ମୁଣ୍ଡକୁ, ପାଉଁଜି ବାଜି ଛାତ ଉଠୁଛି ପଡ଼ୁଛି ଦମଦମ ପାଦ ଚଟାଣ ଖସୁଛି, ଝାଳ ଲତପତ କେଶ ଅଲରା ଘରଟାକୁ ଆଜି ମୁଣ୍ଡେଇଛି ପରା, ଠା ଠା କରି ଆଠ ଠା ବାଲି ଘରଗୋଟା ପା’ ପହରି ମୁଁ ଥିଲି, କେଡ଼େ ନିଷ୍ଠାରେ ଦେଲି ଦିଅଁପାଣି ପୂର୍ବ ପୁରୁଷ କିନ୍ତୁ ପାଇଲେନି ପାଣି, ରୋଷେଇ ଘରେ ବାଜୁଥିଲା ଡିଜେ ବାସନକୁସନ କରୁଥିଲେ ବିଜେ, ଗାଳିଦେଲି ଭାତ, ବୋହିଗଲା…

ଅଧିକ ପଢ଼ନ୍ତୁ
ଭାରି ରୋମାଣ୍ଟିକ୍ ସ୍ନିଗ୍ଧା ମହାନ୍ତି

ଭାରି ରୋମାଣ୍ଟିକ୍ ସ୍ନିଗ୍ଧା ମହାନ୍ତି

ସ୍ନିଗ୍ଧା ମହାନ୍ତିର ଶ୍ରାବଣୀ ବେଣୀର ମେଘର ବାସର ବସା ସେ ବେଣୀ ଝାଡ଼ିଲେ ଚାତକ ମୁଁ ମରେ ବଢ଼େ ହୃଦୟର ତୃଷା । ଏକ ଛତା ତଳେ ମୁଁ ଆଉ ସ୍ନିଗ୍ଧା ମହାନ୍ତିର ଦେହ ଶୀତୁଆ ପବନେ ତା’ ଭିଜା ଶାଢ଼ୀକାନି ଲୁଚାଇ ଦିଏ ମୋ ମୁହଁ । ସେ ଚାଲିଥାଏ ଆସ୍ତେ ପାଦ ରଖି ସରୁ ରାସ୍ତାର ଧାରେ ମୁଁ ତ ଚାଲୁଥାଏ ଦେହ ତାତି ରଖି ତା’ ଭିଜା ମୁହେଁ ଚାହାଣୀ ମୋ ଭିଡ଼ କରେ । ଏଡ଼େ…

ଅଧିକ ପଢ଼ନ୍ତୁ
ହେ ବନ୍ଧୁ

ହେ ବନ୍ଧୁ

ନୁହେଁ ମୁଁ ଅନନ୍ତ ନୁହେଁ ଯଶୋବନ୍ତ ନୁହେଁ ମୁଁ ଅଚ୍ୟୁତ ବଳରାମ ଦାସ ଜଗନ୍ନାଥ ଦାସ ପରି ସଖା ନୁହେଁ ତଥାପି ରହିଛି ମୋ ତୁମଠି ଭାବ । ସେ ଭାବକୁ ନେଇ କରୁଛି ଗୁହାରି ଭାବ ବିନୋଦିଆ ରଖ ମୋର ଅଳି ପଦ୍ମ ଚରଣରେ ତୁମ ସ୍ଥାନ ଦିଅ ପ୍ରଭୁ ବନ୍ଧୁ ତୁମ କରି ନିଅ । ବିଦୁରର ଶାଗ ଦାସିଆ ନଡ଼ିଆ ଭାବଥିଲା ବୋଲି ଲାଗିଲା ବଢ଼ିଆ ସୁଦାମାର ଖୁଦ ଆଉ ଶବରୀର କୋଳି ଭାବରେ ଭାବରେ…

ଅଧିକ ପଢ଼ନ୍ତୁ
ପ୍ରେମ-ବନ୍ଦୀ

ପ୍ରେମ ବନ୍ଦୀ

ବାନ୍ଧି ମୁଁ ରଖିଛି, ତୁମରି ସ୍ମୃତି, କିଛି ଅଭୁଲା ଅନୁଭୂତି, ଆଉ ଅତୀତର ସେହି ସୁବାସିତ ପ୍ରୀତି ନାଁ ତୁମେ ବାନ୍ଧି ହେଲ, ମୋ ପ୍ରୀତି ବନ୍ଧନରେ ନାଁ ମୁଁ ବନ୍ଦୀ କରିପାରିଲି, ମୋ ପ୍ରେମ ଭାବରେ ତଥାପି ମୁଁ ତୁମରି ସ୍ମୃତିରେ, ନିତି ବାନ୍ଧି ହୁଏ, ନିତି ବନ୍ଦୀ ହୁଏ, ସାଥେ ଥାଏ ଏ ନୀରବ ବିରହ ରାତି କେମିତି ପାଳିବି କୁହ, ମୋ ମନ କଚେରୀର ଆଦେଶ, ଏଠି ମକଦ୍ଦମା ବି ପ୍ରେମ, ମନ୍ତବ୍ୟ…

ଅଧିକ ପଢ଼ନ୍ତୁ
ଅଂଡିରା ମାଇପି ଭେଦ

ଅଂଡିରା ମାଇପି ଭେଦ

ଯାହାକୁ ଦେଇଛି ମାଇପ ନାଆଁ ବୁଝି ବୁଝାଇ କହୁ ଶ୍ବଶୁରଂକ ଝିଅ, ଶଳାର ଭଉଣୀ ନୁହେ କି ସିଏ ବାପାମାଆଂକର ବୋହୂ? କନିଆକୁ ଧରି ଦୁନିଆ ବୁଲଂତି ଭୁଲିଯାଇ ଗାଆଁ ଘର ଛୁଆର ମାଆକୁ ପଚାରଂତି ନାହିଢ଼ଁ ଏମାନେ କେମିତି ବର? ପତ୍ନୀକୁ ସୁଖଦାୟିନୀ ଭାବିଲେ ହୁଏ ସବୁ ଗଡ଼ବଡ଼ ଝିଅ ଭଉଣୀ ବୋହୂ ମାଆ ସିଏ କାହିଁକି ହୁଅ ଅପଡ଼? ଭାର୍ଯାକୁ ‘ ବାହାରି ଯା ‘ କହିଦେଲେ ହୁଏନାହିଁ ଜଣେ ମରଦ ଅଂଡିରା ମାଇପି…

ଅଧିକ ପଢ଼ନ୍ତୁ