ଦିଗ ହରା ପଥିକ
ବାସ୍ତବତାର ଦ୍ଵାହିରେ ଭାଙ୍ଗି ପଡ଼ିଛି ସୁନେଲି ସପନ.. କୁହୁଡ଼ି ଢେଉର ସୀମା ଲଙ୍ଘି ଲଙ୍ଘି ନିଜକୁ ଆବିଷ୍କାର କରିଛି ଏକ ବହଳ ଅନ୍ଧକାରୀ ଜଙ୍ଗଲରୁ.. ଯେଉଁଠୁ ଫେରିବା ଅନିଶ୍ଚୟ ଦିଗହରା ପଥିକଟେ ପରି ପର୍ବତାରୋହଣ କରି ଭୁଲି ସାରିଛି ଫେରିବାର ପଥ.. କଳା କଳା ଅନ୍ଧାରୀ ଜଙ୍ଗଲ ଗୋଡ଼ାଇ ଆସନ୍ତି ଖାଁ ଖାଁ ଗର୍ଜନର ନିସ୍ତବ୍ଧତା ଭାଙ୍ଗି.. ନିଶାଚର ପରି ଭ୍ରୁକୁଞ୍ଚନ କରି ନିଶ୍ୱାସର ବେଗ ମାପି ଚାଲନ୍ତି ଏ ଜଙ୍ଗଲୀ ଅନ୍ଧାର.. ପଥ ଭ୍ରମି ସାରିଛି…

