Abyartha Bindhani

ଅବ୍ୟର୍ଥ ବିନ୍ଧାଣୀ

ବାଣ ପରେ ବାଣ ମାରି ଚାଲିଛି ସେ ଫନ୍ଦି ଫିକର ସେ ଜାଣେ ବିଚିତ୍ର ବିନ୍ଧାଣୀ ଅବ୍ୟର୍ଥ ତା’ ଲକ୍ଷ, ତା’ର ସମ କେହି ନୁହେଁ । ସବୁ ଜାଣି ଶୁଣି କିଛି ନ ଜାଣିବା ଅଭିନୟ କରୁଥାଏ କେତେ ପରୀକ୍ଷାର ଜାଲ ରେ ପକାଏ ଧୈର୍ଯ୍ୟ ପରୀକ୍ଷା ସେ କରେ । ପରୀକ୍ଷା ଜାଲରେ ବାନ୍ଧିଲା ବଳିକୁ ଚାପିଲା ତାକୁ ପାତାଳେ ଗୋଟିଏ ପାଦରେ ମରତ ମାପିଲା ଆର ପାଦ ସ୍ଵର୍ଗ ପୁରେ । ସେଇ ପେଶିଥିଲା ସୁଦର୍ଶନ ଚକ୍ର…

ଅଧିକ ପଢ଼ନ୍ତୁ
Au Nahi

ଆଉ ନାହିଁ

ତୁମର ସେ ଦୁର୍ବଳତା ଆଉ ନାହିଁ ଆଗ ଭଳି ମୋ ଶବ୍ଦ ମାନଙ୍କ ପ୍ରତି, ତୁମର ସେ ବିହ୍ୱଳତା ଆଉ ନାହିଁ ବିତୃଷ୍ଣାରେ କଟେ ମୋର ରାତି । ତୁମର ଆଉ ସେ ଉଦ୍ଧାମତା ନାହିଁ ମୋ ନିରବତାର ମରୁଭୂମି ଉପରେ ଅସରାଏ ଧ୍ଵନି ହୋଇ ବର୍ଷିବାକୁ, ଆଉ ନାହିଁ ତୁମର ସେ ସଂଯମତା ଛିନ୍ନ କରି ମୋ ସଂଭ୍ରମତାର ଶିକୁଳୀ ଭେଟିବାକୁ ମୋ ନିନ୍ଦା ପରର ସତ୍ୟତା । ଆଉ କାହିଁ ଦେଖୁନି ତୁମଠି ସେ ଉତ୍ସୁକତା ସ୍ୱାର୍ଥମାନେ…

ଅଧିକ ପଢ଼ନ୍ତୁ
Raja Paraba

ରଜ ପରବ

ବାର ମାସରେ ତେର ପରବ ତହିଁରୁ ଅନନ୍ୟ ରଜ ପରବ ଓଡ଼ିଶା ମାଟିର ଗର୍ବ ଗୌରବ… ତିନି ଦିନର ଏହି ପାଳି ଉତ୍ସବ !! ରୋୖଦ ତାପରେ ଅତିଷ୍ଟ ଧରା… ପହିଲି ବର୍ଷାର ଆଶାୟୀ ପରା… ଋତୁସ୍ନାତା ମା’ ମୋ ବସୁନ୍ଧରା… କଷଣ ନ ଦେବା ବର୍ଜିତ ପରା !! ପ୍ରଥମ ଦିବସ ଅଟଇ ସଜବାଜ… ତହିଁଆର ଦିନ ପହିଲି ରଜ… ବିତଇ ସମୟ ଖେଳ, କୁଦ ମଉଜ… ମଝିଆଁ ଦିନଟି ଅଟେ ସଂକ୍ରାନ୍ତି ଆଜ !! ଅନ୍ତିମ ଦିନଟି ବସୁମତୀ…

ଅଧିକ ପଢ଼ନ୍ତୁ
Coronare Raja

କୋରୋନାରେ ରଜ

ବନସ୍ତେ ଡାକିଲା ଗଜ ଏଇ ବରଷ ବି ହେଉନି ରଜ ହେଉନି ରଜ ଲୋ ଘରେ ହୁଅ ସଜବାଜ ॥ ଦୁଇଟା ବରଷ ଗଲା ଘରେ ବସି ବସି ଦିନ କଟିଲା ଦିନ କଟିଲା ଲୋ କୋରୋନା କିଅଣ କଲା ॥ ରଜଦୋଳି ସାଇଁ ସାଇଁ କେବେ ଯେ ସରିବ ଜାଣୁ ତ ନାଇଁ ଜାଣୁ ତ ନାଇଁ ଲୋ ମୁଣ୍ଡ କରେ ଘାଇଁ ଘାଇଁ ॥ ରଜ ଦୋଳି ଖସ ଖସ ବିନା ପରୀକ୍ଷାରେ ହେବୁଟି…

ଅଧିକ ପଢ଼ନ୍ତୁ
Sedinara Raja

ସେଦିନର ରଜ

ଗୋଟେ ସମୟ ଥିଲାରେ ଓଡ଼ିଆ ଆସୁଥିଲା ଯେବେ ରଜ, କୁମାରୀଙ୍କ ସତେ ହଜୁଥିଲା ନିଦ ହେବାକୁ ସଜବାଜ । ପନ୍ଦର ଦିନ ଆଗରୁ କରୁଥିଲେ ଅଳି ବାପାମାଆଙ୍କ ପାଶେ ନୂଆ ଜାମା, କୁଙ୍କୁମ, ଅଳତା ଆଉ ଚୁଡ଼ି ଆଣିବ କେବେ ମୋ ସକାଶେ? ପାଦ ଲାଗୁନଥିଲା ଭୂଇଁରେ ତାଙ୍କରି କରିବାକୁ ରଜ ମଉଜ ବାପାଙ୍କ ଦାଦାଙ୍କ ପାଖେ କରି ଅଳି ଦୋଳି କରୁଥିଲେ ସଜ । ମା’ଙ୍କୁ ବରାଦ ପୋଡ଼ପିଠା ପାଇଁ ଆଉ ତା’ ସାଥେ ରଜପାନ ଜେଜେମା ଶିଖାଏ…

ଅଧିକ ପଢ଼ନ୍ତୁ