Odia Poem Kashatandi Phula (କାଶତଣ୍ଡୀ ଫୁଲ) by Deepak Kumar Nayak

କାଶତଣ୍ଡୀ ଫୁଲ

ମା’ ଆସିବେ ବୋଲି ଧରା ହୋଇଛି ସଜେଇ । ଦୂର ଆକାଶ ତତେ ମୃଦୁ ମଳୟରେ ହସେ କାଶତଣ୍ଡୀ । ବିଲ ପାଟ ଫୁଟେ ନଦୀ ଗର୍ଭେ ଲାଗେ କେଡ଼େ ସୁନ୍ଦର । ଜଗତ ଜନନୀ ଆସିବେ ଧରାକୁ ଫୁଲେ ଫୁଲେ ସଂସାର ଦୁଃଖ ହରିବେ । ଜହ୍ନି ଫୁଲ ଅଗସ୍ତି ମଞ୍ଜରି ଧରା ଲାଗେ ସୁନା ସୁନା ରୂପେ ତାର । ସବୁଜ ଦେହେ ଧବଳ ଫୁଲ ଲାଗେ ମନୋହର ସତେ l – ଦୀପକ ନାୟକ ଦୀପକ କୁମାର ନାୟକଦୀପକ କୁମାର…

ଅଧିକ ପଢ଼ନ୍ତୁ
Odia Poem Tu Asuchhu (ତୁ ଆସୁଛୁ) by Madhumita Mishra For Nabaratri (ନବରାତ୍ରୀ)

ତୁ ଆସୁଛୁ

ତୁ ଆସୁଛୁ… ଏଇ କାଶତଣ୍ଡୀ ଖୁସିରେ କହିଲା ମୋତେ…! ତୁ ଆସୁଛୁ… ତେଣୁ ତ ସେ ଆଜି ହସି ପାରୁଛି ଏତେ…! ତୁ ଆସୁଛୁ… ଆଗରୁ ସେଥିପାଇଁ ସେ ତୋତେ ଜଗିଛି ମର୍ତ୍ତ୍ୟେ…!! ତୁ ଆସୁଛୁ… ତେଣୁ ମଳୟ ବଦଳାଇଛି ନିଜ ଗତି…! ତୁ ଆସୁଛୁ… ତେଣୁ ଖୁସିରେ ବହୁଛି ସେ ଫୁଲେଇ ଛାତି…! ତୁ ଆସୁଛୁ… କହିଲା ପବନ ତେଣୁ ସେ ବାଣ୍ଟୁଛି ପିରତୀ…!! ତୁ ଆସୁଛୁ… ଘଣ୍ଟା ଘଣ୍ଟ ଶଙ୍ଖ ମହୁରୀ କୋଳାହଳ କହିଲେ…!…

ଅଧିକ ପଢ଼ନ୍ତୁ
Bidaya Maa by Chikun Panda

ବିଦାୟ ମାଆ

ମା’ ଦୁର୍ଗା ଚାଲିଗଲ ତୁମେ ଭକ୍ତକୁ ଏକା କରି ଗଲ ଯେ ଗଲ ପୁଣି ଯାଇ ଆର ବରଷ ଭକ୍ତର ଆଖି ଥକିଯିବ ଅପେକ୍ଷା କରି କରି । ନିଜ ଲୋକକୁ ହରେଇବାର ଦୁଃଖ ଛାତି ଭିତରେ ଅଜସ୍ର କୋହ ଝରିପଡ଼େ ଆଖିରୁ ଲୁହ । ତୁମ ବିସର୍ଜନ ଭକ୍ତ ମନକୁ କରେ ବିଳାପିତ ସବୁ କିଛି ଶୁନଶାନ୍, ମଣ୍ଡପ ଲାଗେ ଖାଁ ଖାଁ ଘଣ୍ଟ ଘଣ୍ଟା ବି ନୀରବ ନିଶ୍ଚଳ । ମନ୍ତ୍ର ଶ୍ଳୋକ ଅହରହ ଗାଉଥିବା ପୁରୋହିତ ବି…

ଅଧିକ ପଢ଼ନ୍ତୁ
Maa Durga

ମାଆ ଦୁର୍ଗା

ପାର୍ବଣେ ନବ ଦୁର୍ଗା ଆଗମନେ ଚଞ୍ଚଳିତ ଆଜି ଧରା ଦେବୀ ନାରାୟଣୀ ଦୁଃଖ ବିମୋଚିନୀ ଜଗତେ କରୁଛି ଲୀଳା ॥ ସତ୍ୟ ସନାତନୀ ଜଗତ କଲ୍ୟାଣୀ ମହିଷା ମର୍ଦ୍ଦିନୀ ମାଆ ନିରାଷ ଅନ୍ଧାରେ ଦେଉ ମା’ ଆଲୋକ ବିପଦରେ ତୁହି ସାହା ॥ ଶୈଳପୁତ୍ରୀ ବ୍ରହ୍ମଚାରିଣୀ ମାଆ ଲୋ ଚନ୍ଦ୍ରଘଣ୍ଟା ତୁ କୁଷ୍ମାଣ୍ଡା ପାତକ ନାଶିନୀ ଅଭୟ ଦାୟିନୀ କାତ୍ୟାୟନୀ ସ୍କନ୍ଦମାତା ॥ କାଳରାତ୍ରୀ ମହାଗୌରୀ ତୁ ଜନନୀ ସିଦ୍ଧିଦାତ୍ରୀ ଗୀରିସୂତା ଚୌଷଠି ଯୋଗିନୀ ସଙ୍ଗେ ତୋ’…

ଅଧିକ ପଢ଼ନ୍ତୁ
Asinare Ase Maa

ଅଶିଣରେ ଆସେ ମାଆ

ଆଶ୍ୱିନେ ଆସୁ ତୁ ପଣତ ମେଲେଇ ବସୁନ୍ଧରା ସଜାଏ କାଶତଣ୍ଡୀ ତୋ’ ଚଲାପଥେ ଭବ୍ୟ ସ୍ୱାଗତ ପାଇଁ ଆଶ୍ୱିନ ଡାକେ ମା’ ମା’ ଗୁହାରି ଶୁଣିମା ହେଉ ବେଗି ହର ଚିତ୍ତ ଭକ୍ତ ମାତି ଉଠେ ତୋ’ ନାମ ଆବୋରି । ଜଗତ ହୁରି ପକାଏ ସଜାଅରେ ବେଗି ମା’ ପୂଜା ପୀଠ ମା’ ପରା ବିରାଜିବ ନାଶିବାକୁ ଜଗତରୁ ଅନ୍ଧାର ପ୍ରହରୀ ଘଣ୍ଟ, ମୃଦଙ୍ଗର କର ବେଗେ ସଜ ମା’କୁ ପରା ପାଛୋଟିବା ଏ ଧରାକୁ ହୁଳହୁଳିରେ…

ଅଧିକ ପଢ଼ନ୍ତୁ