Odia Poem Dhutura Phula (ଧୁତୁରା ଫୁଲ) by Saroj Kumar Sahoo

ଧୁତୁରା ଫୁଲ

ଜଗତେ ଫୁଟିଛି କେତେଜାତି ଫୁଲ ଅଛନ୍ତି ତୋ’ ସହୋଦର କି ଗୁଣ ଭରିଛି ତୋରି ଦେହରେ ପାଉଛୁ ଏତେ ଆଦର । ଶଙ୍କରଙ୍କ ଲାଗି ତୁହି ଅଟୁ ପ୍ରିୟ ତୋ’ ନାମ ରହଛି ଜଗତେ ଭକତି ଭାବରେ ହୋଇଛନ୍ତି ପ୍ରୀତ ପୂଜୁବୋଲି ବିଧିମତେ । ଗାଉଅଛୁ ତାଙ୍କ ସ୍ତୁତିର ବନ୍ଦନା ଚରଣରେ ସଦା ତୁହି ଭକତି ଭାବକୁ ଚିହ୍ନନ୍ତି ବୋଲି ତ ହସିଉଠେ ଏଇ ମହୀ । ତୋ’ ରୂପ ନିଆରା ଦିଶୁ ମନୋହର ବାସନା ଅଟଇ…

ଅଧିକ ପଢ଼ନ୍ତୁ
Odia Poem Nua Barasa (ନୂଆ ବରଷ) by Sushree Sangita Sethy

ନୂଆ ବରଷ

ନୂଆ ବରଷ, ନୂଆ ହରଷ ଆସୁଛି ନେଇ ନୂଆ ପ୍ରକାଶ ସବୁରି ମୁହଁରେ ଫୁଟାଇ ହସ । ନୂତନ ଆଶା ଆଉ ଭରସା ନୂଆ ପ୍ରକାଶ ନୂଆ ପ୍ରତୀକ୍ଷା ଗଢ଼ୁଛି ନିତି ମନରେ ବସା । ଖୁସି ଜୁଆର ହୃଦୟେ ଉଠେ ନୂଆ କିରଣ ପରଶେ ଫୁଟେ ସବୁଜିମାରେ ଧରଣୀ ଲୋଟେ । ଆତ୍ମା ସଞ୍ଚାରେ ନୂଆ ମହକ ନୂଆ ଅନୁଭୂତି ଖୋଜେ ପଲକ ଖୁସିର ବାସ୍ନା ଭରେ ଆଲୋକ । ପ୍ରତି ପ୍ରାଣରେ ନୂଆ ଜାଗରଣ…

ଅଧିକ ପଢ଼ନ୍ତୁ
Odia Bhajan Charane Ashrita (ଚରଣେ ଆଶ୍ରିତ) by Ashutosh Meher

ଚରଣେ ଆଶ୍ରିତ

ଚରଣେ ଆଶ୍ରିତ ଆହେ ମହାବାହୁ ବାହୁ ତଳେ ତୁମ ରଖ ସେଇ ବଟବୃକ୍ଷ ଛାଇ ମହାସୁଖ ହରି ନିଏ ସବୁ ଦୁଃଖ ॥୦॥ ଅରୁଣ ସ୍ତମ୍ଭରେ ହାତ ଯୋଡ଼ି ଠିଆ ତୁମ ଦରଶନ ମନା ଦୂରୁଁ ନୀଳଚକ୍ର ଏକ ମାତ୍ର ଆଶା ପତିତପାବନ ବାନା କହ କଳାମୁଖ କେତେ ଦିନ ଆଉ ସମ୍ଭାଳି ରହିବୁ କୋହ… ॥୧॥ ଅବଢ଼ା ହୋଇଲା ମନା ଆମ ପାଇଁ କେଉଁ ଜନମର ପାପ କେତେ ଦିନ ଆଉ ଲୁହ ଢାଳୁଥିବୁ ସହି…

ଅଧିକ ପଢ଼ନ୍ତୁ
Odia Poem Shadhi (ଶାଢ଼ୀ) by Rabindra Panda

ଶାଢ଼ୀ

ଅସରନ୍ତି ସ୍ନେହ ଅକୁହା ଆବେଗ ସମୁଦ୍ରେ ଲୁହରେ ଜୁଡ଼ୁବୁଡ଼ୁ ସ୍ମୃତିର ଏକ କ୍ୟାନଭାସ ଶାଢ଼ୀ ମେଞ୍ଚା ମେଞ୍ଚା ସ୍ୱପ୍ନକୁ ଜାବୁଡ଼ି ରଖିଥିବା କେଇ ଖିଅ ସୂତାର କୁହୁକ ଦୁନିଆ ଶାଢ଼ୀ ଜୀବନର ନିଦାଘ ତାତି ସଂଘର୍ଷର ରୀତିମତ ଚାବୁକ ସହିବାର ଏକମାତ୍ର ଜାଗା ଶାଢ଼ୀ ସେ ମୋ ମାଆର ଚିରାଫଟା ସୂତାଶାଢ଼ୀ ! – ରବିନ୍ଦ୍ର ପଣ୍ଡା

ଅଧିକ ପଢ଼ନ୍ତୁ
Odia Poem Mo Maa (ମୋ ମାଆ) by Banasmita Behera

ମୋ ମାଆ

ଜୀବନରେ ଥରେ କେବଳ ଥରେ ହିଁ ସେ ହସିଥିଲା ଯେବେ ମୁଁ କାନ୍ଦିଥିଲି, ତା’ ପରେ ଯେବେ ବି ମୁଁ କାନ୍ଦିଛି ମୁହଁ ଲୁଚେଇ ସେ କାନ୍ଦିଛି । ବାପାଙ୍କ ପାଖରେ ମୋ ଦୁଷ୍ଟାମିର ଅଭିଯୋଗ କରି ପୁଣି କାହିଁକି ଅଭିଯୋଗ କଲା ବୋଲି ମନେ ମନେ କେତେ ନିଜକୁ ଗାଳି ଦେଇଛି… ପାଠ ନ ପଢ଼ିଲେ ଦୁଷ୍ଟାମି ହେଲେ ଯଦି କେବେ ମୋ ଉପରେ ହାତ ଉଠେଇଛି କି ମାଡ଼ ମରିଛି… ତା’ ହେଲେ ଦିନ…

ଅଧିକ ପଢ଼ନ୍ତୁ