ମିଛ ପ୍ରେମ
ପ୍ରେମର ମାନେ ଆଜି ସାଜିଛି ଛଳନା ଛଳନା ଭିତରେ ହଜି ଯାଇଛି ଭାବନା । ଅଢ଼େଇ ଅକ୍ଷର ପ୍ରେମ ସାକ୍ଷାତ ଇଶ୍ୱର ଇଶ୍ୱର ବଦଳରେ ଆଜି ସାଜିଲା ପଥର । ମନ ସାଥେ ମନ ମିଶି ହୋଇଯାଏ ପ୍ରେମ ସେହି ପ୍ରେମ ଆଜି ନେଉଛି କାହାର ଜୀବନ । ମିଛ ମାୟା ସଂସାରରେ ସବୁ ତ ଛଳନା ପ୍ରେମ ବି ସାଜିଲା ଆଜି ମାଟିର ଖେଳନା । ଖେଳଣାରେ ଖେଳୁ ଖେଳୁ ସରିଯାଏ ଦିନ ପ୍ରେମ କଲେ ଅବେଳରେ ଚାଲିଯାଏ ପ୍ରାଣ । ପ୍ରେମ…

