You are currently viewing ମୋ ହାତ ତିଆରି ଚକୁଳି
Mo Hati Tiari Chakuli (ମୋ ହାତ ତିଆରି ଚକୁଳି) by Snigdhalaxmi Priyadarsini Mohapatra

ମୋ ହାତ ତିଆରି ଚକୁଳି

ଛୋଟବେଳୁ ଚକୁଳି ପିଠା (Chakuli Pitha) ମୋର ଭାରି ପସନ୍ଦ । ସରୁ ସରୁ ଚକୁଳି ସହ ଆଳୁ ମଟର ତରକାରୀ । ଆହାଃ ! ଭାବିଲେ ପାଟିରୁ ଲାଳ ବାହାରି ଆସେ । ପିଠା ହେଲେ ବହୁତ ଖୁସି ମୁଁ । କ’ଣ କରିବା ଖାଇବା ପ୍ରତି ଟିକେ ଦୁର୍ବଳ ମୁଁ । ଘରେ ଯାହା ବି ଖାଇବା ଜିନିଷ ରୋଷେଇ ହେଉ ମୋତେ ଆଗ ଦିଆ ଯିବ କି ଚାଖିବା ପାଇଁ ।

ସେଦିନର କଥା, ମୁଁ କଲେଜ ଯାଇଥାଏ ସକାଳୁ ଆସିଲା ବେଳକୁ ବହୁତ ଭୋକ । କ’ଣ ଖାଇବି? ଆଉ ଘରେ ବି କେହି ନାହାନ୍ତି । କିଛି ରୋଷେଇ ହେଇନଥାଏ । ତଥାପି ଖୋଜା ଖୋଜି କରିଲି କ’ଣ ଥିବ ଖାଇବାକୁ । ଖୋଜିଲା ବେଳକୁ ମିଳିଲା ପିଠଉ (ଚକୁଳି ପାଇଁ ପ୍ରସ୍ତୁତି ଆଣ) । ଚାଲିଲା ମୋର ଚକୁଳି ପ୍ରସ୍ତୁତି । ଗ୍ୟାସ ଅନ୍ କରିଲି ତାୱା ବସେଇଲି ତେଲ ପକେଇଲି ତା’ ପରେ ପିଠଉ ଦେଲି । ହେଲେ ପିଠା କଉ ଆଉ ଉଠେ ତାୱାରୁ ! ଯେତେ ବି ଲେଉଟେଉଛି କିଛି ବି ହେଲା ନାଇଁ । ସେଇଥିରେ ପୁଣି ପିଠା ଗୋଲ ନାଇଁ ଯେପରିକି ଭାରତ ମାନଚିତ୍ର ।

କ’ଣ କରିବା ଭୋକ ପ୍ରବଳ । କୁହାଯାଏ ପରିସ୍ଥିତି ମଣିଷକୁ ସବୁ ଶିଖେଇ ଦେଇଥାଏ । ବାସ୍ ଏମିତି ଚେଷ୍ଟା କରି କରି ବହୁତ କଷ୍ଟରେ ପିଠା ଗୋଟିଏ କରିଲି । ମୋ ପିଠା କରିବା ସରିଲା ବେଳକୁ ଘର ଲୋକ ସବୁ ଆସି ସାରିଥିଲେ ଆଉ ମୁଁ ପିଠା କରିବାର ଦେଖି ଖୁସି ହେଲେ, ଅବଶ୍ୟ ଟିକେ ଗାଳି ବି କରିଲେ । ଛାଡ଼ ଯାହା ହେଉ ମୁଁ ତ ପିଠା କରିଲି ଆଉ ଖାଇଲି ବି । ଏତିକି ହେଲା ମୋ ଚକୁଳି ପିଠା କରିବାର ପ୍ରଥମ ଅଭିଜ୍ଞତା ।

– ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସ୍ନିଗ୍ଧାଲଷ୍ମୀ ପ୍ରିୟଦର୍ଶିନୀ ମହାପାତ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।