sahajatri

ସହଯାତ୍ରୀ

ଆଜି ଫେରିବାର ଅଛି ଆଉ ଥରେ ଆସିବି କି ନାହିଁ ଜଣା ନାହିଁ କ’ଣ ନେବି କ’ଣ ଛାଡ଼ି ଯିବି? ଅଳନ୍ଦୁ ଭିଡ଼ରେ ପରିଚୟର ଧସ୍ତାଧସ୍ତିରେ କିଛି ମୁହୁର୍ତ୍ତ ଝୁଲୁଛି କାଚ ବନ୍ଧେଇରେ, ସମୟକୁ ହରେଇଥିବା ସ୍ମୃତିର ଆଲବମ ଏବେ ଚାପି ହେଇଯାଇଛି ନୂଆ ଲୁଗାର ପରସ୍ତରେ ଅବିଶ୍ୱାସୀ ଅନ୍ଧାରରେ ହାତ ଛାଡ଼ିଦେଇଥିବା ଛାଇ ଏବେ ନିଜେ ପଥ ହରା କୁହୁଡ଼ି ଭରା ଜୀବନ ଦୋଛକିରେ କାହାକୁ କରିବି ସହଯାତ୍ରୀ? ହିସାବ ନିକାଶ ପରେ ଖୋଜି ପାଇଲି…

ଅଧିକ ପଢ଼ନ୍ତୁ
Bhakara Daka

ଭକତର ଡାକ

ଭାବରେ ଭକ୍ତିରେ ଜଗନ୍ନାଥ ତୁମେ ବନ୍ଧା ଭକତର ଡୋରେ, ଜାଣେନା ମୁଁ ପ୍ରଭୁ ତୁମ ବିନା କିଛି ଶରଣ ତୁମ ପୟରେ । ସଖା ବନ୍ଧୁ ମୋର କାଳିଆ ସାଆନ୍ତ ତୁମ ବିନା ଗତି ନାହିଁ, ମୋ ପ୍ରାଣ ରଥର ସାରଥିଟେ ହୋଇ ପାଖକୁ ନିଅ ଗଡ଼େଇ । ମହାପ୍ରଭୁ ମୋର ବଳିଆର ଭୂଜ ଏତିକି କରୁଣା କର, ଜୀବ ଗଲା ବେଳେ କରିବି ଦର୍ଶନ ତୁମ ସେ ଚକାଡୋଳାର । ମାଗୁ ନାହିଁ ପ୍ରଭୁ ତୁମକୁ…

ଅଧିକ ପଢ଼ନ୍ତୁ
shubhapallaba

ଶୁଭପଲ୍ଲବ

ବିଭାବରୀ ଅନ୍ତେ ଉଷା ପ୍ରବେଶିଲା ପଲ୍ଲବରେ ଶୁଭ ଆସିଲା ପଲ୍ଲବେ ନୀହାର ମୁକ୍ତା ପରି ଦିଶେ ରବି ରଶ୍ମି ଯେଣୁ ପଡ଼ିଲା । (୧) ମଧୁମୟ ବନେ ବିହଙ୍ଗ ସଙ୍ଗୀତ ସମୀରଣେ ଭାସି ଆସିଲା ମଧୁପର ମଧୁ ଗୁଞ୍ଜେ ଗୁଞ୍ଜରଣ ଝିଙ୍କାରି ଝଙ୍କାର ସରିଲା । (୨)‌ ପ୍ରାଚୀ ଗ‌ଗନରେ କୁଆଁତାରା ଧୀରେ ଅଳପ ଅଳପ ଲୁଚିଲା ନବପଲ୍ଲବରେ ଶୁଭ ଆସିଗଲା ଫୁଲେ ଫୁଲେ ବାସ ଛୁଟିଲା । (୩) କଜଳପାତିଟି ନିଦରେ ଚମକେ ତରୁର ଗ‌ହଳ…

ଅଧିକ ପଢ଼ନ୍ତୁ
ଶଙ୍ଖ ନାଦ

ଶଙ୍ଖ ନାଦ

(ଏକ) ସୂର୍ଯ୍ୟ ଆଲୁଅର ଛଟା ତୋଟା ଉହାଡ଼କୁ ଯିବାକୁ ଉଦ୍ୟତ ହେଉଥିଲା । ସନ୍ଧ୍ୟା ସମୟ ଏକୁଟିଆ ବିତେଇଲେ ମୁଁ ଶାନ୍ତି ପାଉଥିଲି । ଅନ୍ଧାରର ଆଗମନ ପୂର୍ବରୁ ହିଁ ତାକୁ ଆପଣାର କରିବାକୁ ଆଗୁଆ ପ୍ରସ୍ତୁତ ହେଉଥିଲି । ନାନୀଘର ଗାଁକୁ ଆସିଲେ ତୋଟା ଏବଂ ନଦୀ ପଠାରେ ସନ୍ଧ୍ୟା ବିତେଇବା ବହୁତ ପୁରୁଣା ଅଭ୍ୟାସ ଥିଲା । ନାନୀଘର ଭିତରୁ ବାହାରି ଆସି ମୁଁ ଗାଁ ଉପକଣ୍ଠ ଆଡ଼େ ଯିବାକୁ ବାହାରି ଥିଲି ।…

ଅଧିକ ପଢ଼ନ୍ତୁ
jatra-chalichhi

ଯାତ୍ରା ଚାଲିଛି

ମୋ ଝିଅ ଗୁଡଲିକୁ ପାଞ୍ଚବର୍ଷ ହେଲେ ବି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ସେ ବୁଝିପାରୁଥିଲା । ଯଦିଓ ସେସବୁର ଜଟିଳ ଦିଗ ପ୍ରତି ତା’ର ଅନୁଶୀଳନ କ୍ଷମତା ଥିଲା ସିମୀତ । ଉଦାହରଣ ସ୍ଵରୁପ; ସେଦିନ ସକାଳେ ମୋ ସହିତ ବଜାରରୁ ଔଷଧ ପାଇଁ ଗଲାବେଳେ ଗୁଡଲି ମତେ ପଚାରିଲା, “ବାବା, ଜେଜେମା’ ଯେତେ କାଶିଲେ ବି, ମାମା ତୋତେ ଓଷଦ (ଔଷଧ) ଆଣିବାକୁ କେବେ କହେନି, ଓଲଟା ଜେଜେମା’ ଉପରେ ଗରଗର ହେଉଥାଏ । ହେଲେ…

ଅଧିକ ପଢ଼ନ୍ତୁ