You are currently viewing ତୁମରି ପାଇଁ
ତୁମରି ପାଇଁ

ତୁମରି ପାଇଁ

ଋତୁ ଆସି ପୁଣି
ଋତୁ ଚାଲିଗଲା
ହେଲେ ପ୍ରିୟା ତୁମେ
ଆସିଲ ନାହିଁ,
ଦିନ ସରି ପୁଣି
ରାତି ପାହିଗଲା
ସପନ ତୁମର
ସରିଲା ନାହିଁ ।

ସ୍ମୃତିର କାଗଜ
ଚିରିଦେଇ ତୁମେ
କେମିତି ରହିଚ
ଦୂରେଇ ଯାଇ
ତଥାପି ଫେରିବ
ଭାବି ମୁଁ ଆଜି
ବଞ୍ଚିଛି କେବଳ
ତୁମରି ପାଇଁ ।

– ଜଗଦୀଶ ମିଶ୍ର

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଜଗଦୀଶ ମିଶ୍ର ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରିବା ସହିତ ୟୁ-ଟ୍ୟୁବ୍‌ରେ ତାଙ୍କ ରଚନାର ପଡ଼୍‌କାଷ୍ଟ କରନ୍ତି ।