You are currently viewing ସମୟର ଅପେକ୍ଷାରେ
ସମୟର ଅପେକ୍ଷାରେ

ସମୟର ଅପେକ୍ଷାରେ

ସାପଶିଢ଼ିର ଏ ଜୀବନ ଖେଳରେ
ବିଧାତା ଲେଖିଛି ଶୂନ
ଶହେକୁ ନିଜର ଭାବିବାଟା ମୋର
ଅଟେ ସିନା ମୂର୍ଖପଣ ॥

ସମୟ ସୁଅରେ ସମ୍ଭାବନା ସବୁ
ନିମିଷକେ ଯାଏ ଭାସି
ବେସାହାରା ହୁଏ ବ୍ୟଥିତ ହୃଦୟ
ପ୍ରତିକ୍ଷଣେ ପାଏ ଫାଶୀ ॥

ଉଆଁସର ରାତି ପଡ଼ିଥିଲା ବୋଧେ
ଭାଗ୍ୟହେଲା ଯେବେ ଲେଖା
ସେଥିଲାଗି ସିନା ସମୟ ଆଙ୍କୁଛି
ସୁଖରେ ଲକ୍ଷ୍ମଣରେଖା ॥

ପ୍ରତିଟି ପାହାଚେ ଅଗ୍ନିର ପରୀକ୍ଷା
କରୁଅଛି ଅସହାୟ
ସତେକି ଯେମିତି ହରିଣର ପାଇଁ
ଅହରହ ବାଘ ଭୟ ॥

ତଥାପି ଛାଡ଼ିନି ସଂଘର୍ଷ କରିବା
ଜୀବନ ଖୋଜୁଛି ରାହା
ହାରିବା ବାଜି ବି ଜିତି ଯାଇପାରେ
ଭାଗ୍ୟ ଯଦି ହୁଏ ସାହା ॥

– ପ୍ରଶାନ୍ତ କୁମାର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପ୍ରଶାନ୍ତ କୁମାର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।