You are currently viewing ବେଳେବେଳେ
ବେଳେବେଳେ

ବେଳେବେଳେ

ବେଳେବେଳେ ଆଉକା’ ଇଚ୍ଛାରେ ଇଚ୍ଛା କରି ଜୀଇଁବାକୁ ହୁଏ,
ବେଳେବେଳେ କାହା ମନ ବୁଝି ମନ ନେଇ ଚଳିବାକୁ ହୁଏ । (୦)

ଜୀବନ ତ ଏକ ମରୁର ବୁକୁରେ କଣ୍ଟା ଗଛଟିଏ ପରି,
କେତେ ଝଡ଼ ଝଞ୍ଜା ଆସି ଚାଲିଯିବ ଜୀବନ ଯିବନି ହାରି,
ବେଳେବେଳେ ଆଉକା’ ସ୍ୱପ୍ନକୁ ନିଜ ସ୍ୱପ୍ନ ଭାବିବାକୁ ହୁଏ । (୧)

ଜୀବନ ତ ଏକ ପ୍ରେମ, ବିରହର ସୁଖ-ଦୁଃଖ ଚଲାପଥ,
ବନ୍ଧୁର ରାସ୍ତାକୁ ପ୍ରେମ ଶ୍ରମ ଦେଇ କରିହେବ କୁସୁମିତ,
ବେଳେବେଳେ ଆଉକା’ ପ୍ରେମରେ ଏ ମନକୁ ବାନ୍ଧିବାକୁ ହୁଏ । (୨)

ବେଳେବେଳେ ଆଉକା’ ଇଚ୍ଛାରେ ଇଚ୍ଛା କରି ଜୀଇଁବାକୁ ହୁଏ,
ବେଳେବେଳେ କାହା ମନ ବୁଝି ମନ ନେଇ ଚଳିବାକୁ ହୁଏ । (୩)

– ଶ୍ରୀ ସତ୍ୟବ୍ରତ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟବ୍ରତ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।