ପରିବର୍ତ୍ତନ

ପରିବର୍ତ୍ତନ

ସବୁଥର ଭଳି ଏଥର ବି ବଦଳିଯିବ କ୍ୟାଲେଣ୍ଡରର ପୃଷ୍ଠା, ଖ୍ରୀଷ୍ଟମାସର କୋଳାହଳ ବିଦାୟଦେବ ପୁରୁଣା ବର୍ଷକୁ, ପୁରୁଣା ହେଇଯିବେ ଅସହିଷ୍ଣୁତା ଆଉ ଯେତେ ସବୁ ସମ୍ମାନ ପୁରସ୍କାର, ନୂଆ ସକାଳର ନବ ରବି ପୃଥିବୀକୁ ଛୁଇଁବା ଆଗରୁ ଅଗଣିତ ଚାଷୀଭାଇ ଭୁଲିଯିବେ ଆତ୍ମହତ୍ୟା ଏକ ମହାପାପ

ଅଧିକ ପଢ଼ନ୍ତୁ
ନାରୀ ପାଇଁ ରାଜା କିଏ

ନାରୀ ପାଇଁ ରାଜା କିଏ..?

ନାରୀ ପାଇଁ ରାଜା କିଏ ପଚାରୁଛି ନାରୀ, କେଉଁ ରାଜା ଶାସନରେ ଅଛି ସେ ନିସ୍ତରି? କୌରବ ରାଜ ସଭାରେ ହୋଇଛି ଉଲଗ୍ନ, ପାଣ୍ଡବ ହାରିଛି ତାକୁ ହୋଇ ଜୁଆ ମଗ୍ନ । ରାବଣ ରାଜା ତାକୁ ହରଣ କରିଛି, ରାମକୁ ରାଜା କରି ସେ ଅନଳେ ପଶିଛି । ଡାକୁକୁ ଭୟ କରି ଧର୍ଷିତା ହୋଇଛି, ସନ୍ଥକୁ ଭରସା କରି ଜିଅନ୍ତା ଜଳିଛି । ମୁସଲମାନ ଭଲ କହି ତଲାକ୍ ପାଇଛି, ହିନ୍ଦୁର ସତୀ ଦାହରେ…

ଅଧିକ ପଢ଼ନ୍ତୁ
ଜୀବନ୍ତ ମୁର୍ଦ୍ଦାଳ

ଜୀବନ୍ତ ମୁର୍ଦ୍ଦାଳ

କାହାକୁ କହିବି କିଏ ଯେ ଶୁଣିବ କିଛି ତ ରହିନି ବାକି ଆଜି ବି ଜନନୀ, ଭାର୍ଯ୍ୟା, ଭଗିନୀ କାନ୍ଦେ ଲୁହ ଢୋକି-ଢୋକି ଭାବୁଚି କେହି ତ ଚିତ୍କାର ଶୁଣି, କରିବ କି ସତେ ନ୍ୟାୟ ଯେଉଁ ଦେଶେ ନାରୀ ପୂଜନୀୟ ଥିଲା, ସେଠି ଆଜି ଅସହାୟ । ବୁକୁ ଠୁ ମା’ର ରକ୍ତ ଝରେରେ ପୋଛିଦିଅ କିଏ ଆସି ତଥାପି ଜୀବନ୍ତ ମୁର୍ଦ୍ଦାଳ ସମ ସାଜିଅଛ ମୂକ ସାଖି………(୧) ସମସ୍ତେ ସାଜିଛୁ ହସ୍ତିନାବାସି ଚକ୍ଷୁରେ ପୁଟୁଳି…

ଅଧିକ ପଢ଼ନ୍ତୁ
ଜାତି ଗଙ୍ଗା

ଜାତି ଗଙ୍ଗା

କି ଲାଭ ମିଳିବ ଜାତି ଭେଦଭାବୁ ବୃଥାରେ କଳହ ହୋଇ, ନିଜନିଜ ମଧ୍ୟେ ହଣାକଟା ଯଦି ଜାତିଧର୍ମ କଥା ନେଇ ॥୧॥ ବିଶାଳ ଭାରତ ଭୂଖଣ୍ଡରେ ଜନ୍ମି ବୁଝିକି ପାରୁଛ ନାହିଁ ସର୍ବପରିଶେଷେ ଆମେ ଭାରତୀୟ ଅଟୁ ପରା ଭାଇଭାଇ ॥୨॥ ତଥାପି କିମ୍ପାଇଁ ଜାତିଧର୍ମ ନେଇ ରଚୁଅଛ ଏତେ ଦଙ୍ଗା ହିନ୍ଦୁ ମୁସଲମାନ ନୁହେଁ ବଡ଼ ସାନ ଏକ କର ଜାତିଗଙ୍ଗା ॥୩॥ ଭାରତୀୟ ଆମ ଜାତିର ସଙ୍କେତ ଧର୍ମହେଉ ଦୟା ଭାବ କର୍ମକୁ ଆମର…

ଅଧିକ ପଢ଼ନ୍ତୁ
bayanira-raja

ବାୟାଣୀର ରଜ

ରଜ ଆସିଛି ରଜ ଆସିଛି ଖେଳିବା ଆସ ଦୋଳି ପୋଖରୀ କୂଳେ ଆମ୍ବଡାଳେ ପଟା ଦୋଳିରେ ଝୁଲି କୁଙ୍କୁମ ବିନ୍ଦୁ କପାଳେ ତା’ର ନିନ୍ଦୁ ଥିଲା ଚନ୍ଦ୍ରହାର କଜଳ ଗାରେ ନୟନ ଲାଗେ ଖଞ୍ଜନାକ୍ଷୀ ପରି । ଘରକୁ ଘର ପିଲାଙ୍କୁ ଡାକି ରଜପାନକୁ ଜାକି ମୁଖର କଲା ଗାଁ ଦାଣ୍ଡକୁ କୁରୁଳି ଗଲେ ଟୋକି ଗୋଜ ବାୟାଣୀ ନାଆଁଟି ତା’ର ବୟସ ହେବ ବାର ତେର ପରଜାପତି ଉଡ଼ିଲା ପରି ବୁଲେ ପରାଗ ମାଖି ।…

ଅଧିକ ପଢ଼ନ୍ତୁ