You are currently viewing ଧନ୍ୟ ମୋ ଓଡ଼ିଶା ଭୂଇଁ
Odia Poem Dhanya Mo Odisha Bhuin (ଧନ୍ୟ ମୋ ଓଡ଼ିଶା ଭୂଇଁ) by Satyanarayan Padhan

ଧନ୍ୟ ମୋ ଓଡ଼ିଶା ଭୂଇଁ

ଯୁଝି ଯୁଝି ଏଠି କେତେ ବୀରଗଣ
ଚାଲି ଗଲେଣି ତ ଭାଇ
ଭାରତ ମାଟିର ଓଡ଼ିଶା ଭୂଇଁରେ
ବୀରଙ୍କ ଅଭାବ ନାହିଁ ।୧।

ବୀର-ସୁରେନ୍ଦର ପ୍ରିୟ ଗଙ୍ଗାଧର
ବଳରାମ ଜଗନ୍ନାଥ
ଭୀମ କାଳିଦାସ ଏ ମହାପୁରୁଷ
ଦେଖାଇଛନ୍ତି ସୁପଥ ।୨।

ଅଜ୍ଞାନକୁ ଆମ୍ଭ ଏଡ଼ାଇବା ପାଇଁ
ଲେଖିଛନ୍ତି କେତେ ଶାସ୍ତ୍ର
ଆମକୁ ସ୍ୱାଧୀନ କରିବା ପାଇଁ କି
ଧରିଛନ୍ତି ମଧ୍ୟ ଶସ୍ତ୍ର ।୩।

ଜୟୀ ରାଜଗୁରୁ ସୁଭାଷ ଚନ୍ଦର
ଇଂରେଜ ବିରୋଧେ ଲଢ଼ି
ନିଜ ଜୀବନକୁ ବାଜି ଲଗାଇଣ
ଭାରତରୁ ଦେଲେ ତଡ଼ି ।୪।

ଧନ୍ୟ ଏ ବସୁଧା ଧନ୍ୟ ମା’ ଭାରତୀ
ଧନ୍ୟ ମୋ’ ଓଡ଼ିଶା ଭୂଇଁ
ଏଠି କେତେ ବୀର ଜନମ ଦେଇଛି
ଦେଶ ଉପକାର ପାଇଁ ।୫।

ଶତ ସିଂହ ବଳ ପ୍ରତାପ ପ୍ରବଳ
ମହିମା ଅପାର ଥାଇ
ବିଶ୍ୱରେ ବିଖ୍ୟାତ ପ୍ରଭୁ ଜଗନ୍ନାଥ
କୋଟି ହୃଦେ ପୂଜା ପାଇ ।୬।

ଓଡ଼ିଶା କୀରତି ଆକର୍ଷଣ ଅତି
ଜଗତେ କେଉଁଠି ନାହିଁ
କୋଣାର୍କ ଧଉଳି ଶୀରିକ୍ଷେତ୍ର ପୁରୀ
ବିଦ୍ୟମାନ ଅଛି ହୋଇ ।୭।

ହୀରାକୁଦ ବନ୍ଧା ହୁମା’ର ମନ୍ଦିର
ରଙ୍ଗବତୀ ଗୀତ ଭାଇ
ଓଡ଼ିଶା ମଥାକୁ ଉଚ୍ଚ କରାଇଛି
ବିଶ୍ୱରେ ପ୍ରସିଦ୍ଧ ହୋଇ ।୮।

– ସତ୍ୟନାରାୟଣ ପଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟ ନାରାୟଣ ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।