You are currently viewing ଅଭାବଦାସ
ଅଭାବଦାସ

ଅଭାବଦାସ

ଏଠି —
ମାଟିର ଅଭାବ
ପାଣିର ଅଭାବ
ଖାଦ୍ୟର ଅଭାବ
ଭାବର ଅଭାବ ।

ଚତୁଃପାର୍ଶ୍ୱରେ ଖାଲି ଅ-ଭା-ବ ।
ଘଟଣ-ଅଘଟଣରେ
ଶିକାର ହୋଇ
ଜିଇ ଚାଲିଛନ୍ତି ଅଭାବଦାସ ମାନେ… ।

ଭଙ୍ଗ-ଦଦରା ଘର ଓ ପଲିଥିଲ୍ ତଳେ
ନିଜ ସଂସାରର ସୁଖକୁ ଅଣ୍ଡାଳନ୍ତି
ଲଙ୍ଗଳା ପିଲାଟା ଗଙ୍ଗାରେ ବୁଡ଼ି
ଦକ୍ଷିଣା ପଇସା ଅଣ୍ଡାଳିବା ପରି… ।

ତଥାପି, ଅଭାବ ହଟେନି
ସାଂପ୍ରତିକ ବଜାର ଦରରେ
ତେଲ-ଲୁଣର ସଂସାର ଚଳେଇବାକୁ !

ସକାଳର ଅଭାବଦାସ
ରାତିରେ ପୁଣି
ନର୍ଦ୍ଦମା କଡ଼ର ପଲିଥିନ୍ ଘରେ
ତର୍ଜମା କରେ,
ପୁଅ ସ୍କୁଲରେ ଫିସ୍ ଭରିବାକୁ !

ବଢ଼ିଲା ଝିଅର ବିବାହ କରିବାକୁ !
ଏଇଭଳି ହିସାବ-ନିକାସ
ଆଉ ତର୍ଜମା ଭିତରେ
ତା’ ଜୀବନ ଚକଟା ଗଡ଼ିଚାଲେ
ମାଗୁଣିର ଶଗଡ଼ ଚକ ଭଳି… ।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସୁଧାଂଶୁ ଶେଖର ଦ୍ୱିବେଦୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।