You are currently viewing ଫୁଟ୍‌ପାଥର ରାଜା
ଫୁଟ୍‌ପାଥର ରାଜା

ଫୁଟ୍‌ପାଥର ରାଜା

ମୁଁ ଫୁଟ୍‌ପାଥର ରାଜା
କେହି ନୁହନ୍ତି ମୋର ପ୍ରଜା
ମୋତେ କରନ୍ତିନି କେହି ଖୋଜା
ମୁଁ ଫୁଟ୍‌ପାଥର ରାଜା ।

ମୋଦି, ଟ୍ରମ୍ପ ଯିଏବି ହୁଅନ୍ତୁ ନେତା
ଧୋନି, ବିରାଟ ଯିଏବି ହେଉ ବିଜେତା
ପଡ଼ୋଶୀ ଦେଶର କୂଟ
ମୋତେ କରେ ଛଟପଟ
ହଜିଯାଏ ମନୁ ମଜା
ମୁଁ ଫୁଟ୍‌ପାଥର ରାଜା ।

କଳେବଳେ କୌଶଳେ
ଚୀନ ନେଇପାରେ ପୁଳେ
ତିବ୍ବତ କହଇ ମୋ ଭାଗ ତ ଅଛି ଫାଳେ
ମୋତେ କେହି କରନ୍ତିନି ଖୋଜା
ମୁଁ ଫୁଟ୍‌ପାଥର ରାଜା ।

ଯାହା ହୋଇ ଯିବ ହେଉ
ମୋ ଝୁମ୍ପୁଡ଼ି ସେପରି ଥାଉ
ଖାଲି ଅଗଷ୍ଟ ପନ୍ଦର ଦିନ
ଉଡ଼ିବ ତ୍ରିରଙ୍ଗ ଧ୍ୱଜା
ମୁଁ ଫୁଟ୍‌ପାଥର ରାଜା ।

ଭାରତ ମାତା ମୋହର
ଏଇଠି ଜୀଇଁଛି, ଏଇଠି ମରିବ
ମୋତେ କେହି ନ କରନ୍ତୁ ଖୋଜା
ମୁଁ ଫୁଟ୍‌ପାଥର ରାଜା ।।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...