You are currently viewing ତୁମେ କେବେ…
ତୁମେ କେବେ...

ତୁମେ କେବେ…

ତୁମେ କେବେ ମୟୁରୀପାଇଁ
ଜୀମୂତ ପ୍ରେମ ବାରତା,
ତୁମେ କେବେ କବିଟି ପାଇଁ
କଲମ ଝରା କବିତା ।

ତୁମେ କେବେ ବେଙ୍ଗୁଲୀ ପାଇଁ
ମେଘ ଆଗମନ ତୂରୀ,
ତୁମେ କେବେ କୃଷକ ପାଇଁ
ଶସ୍ୟର ଆଶାର ବାରି ।

ତୁମେ କେବେ ଦରଦୀ ପାଇଁ
ଯନ୍ତ୍ରଣାର ଆଖି ଲୁହ,
ତୁମେ କେବେ ଧରଣୀ ପାଇଁ
ଆକାଶ ଛାତିର କୋହ ।

ତୁମେ କେବେ ନିଦାଘ ପାଇଁ
ଶୀତଳ ସମୀର ସ୍ରୋତ,
ତୁମେ କେବେ ଜଗତ ପାଇଁ
ଖେଳାଅ ତାଣ୍ଡବ ଭୀତ ।

ସାଗର ପ୍ରଧାନ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସାଗର ପ୍ରଧାନ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ବିଭିନ୍ନ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ଏବଂ ଦର୍ଶକମାନଙ୍କର ମନଛୁଆଁ ହୋଇଛି ।