You are currently viewing ବର୍ଷାର ଆଗମନରେ
ବର୍ଷାର ଆଗମନରେ

ବର୍ଷାର ଆଗମନରେ

ବର୍ଷା ଭିଜା ଦେହ ତୋର
ଦେଖିଲେ ଶିହରଣ
ଆଉ ଛୁଇଁ ଦେଲେ କମ୍ପନ
ମିଶିଗଲେ ସେ ଦେହରେ
ଅକସ୍ମାତ ମୋ ଦେହରେ
ଘଟେ ବିସ୍ଫୋରଣ !!

ଘନଘନ ମାରୁଛି ବିଜୁଳି
ଝାପସା ଝାପସା ଆଲୁଅରେ
ଦିଶେ ତୋ ଓଦା ମୁହଁ
ଝରକା ଦେଇ ପଶି ଆସେ
ସେଇ କୋହଲା ପବନ
ଉଲୁସି ଉଠୁଛି ମୋ ମନ !!

ଦେହ ଆଉ ବାହୁର ବନ୍ଧନେ
ହଜିଯିବା ସପନର ସାଥେ
ତୁ ଥିଲେ ପାଖେ ମୋର
ଏ ବର୍ଷା ରାତି
କେଡ଼େ ମିଠା ସତେ !!

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଶ୍ରୀନିବାସ ସାମଲ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।