ପ୍ରଭୁଙ୍କ ପ୍ରିୟତମା
ଶ୍ରୀମନ୍ଦିର ଭିତରୁ ଝରିଆସୁଛି ପବିତ୍ର ଗୀତ ଗୋବିନ୍ଦର ମଧୁର ମୂର୍ଚ୍ଛନା । ନିଜକୁ ରାଧା ଭାବେ ସଜାଇ, ଶ୍ରେଷ୍ଠ ଭକ୍ତି-କାନ୍ତ ଭକ୍ତିରେ ମଜ୍ଜିଯାଇ, ଅବିର ଓ କର୍ପୂରର ଧୂଳି ଉଡ଼ାଇ ନାଚୁଛି ଅପରୂପା ଦେବଦାସୀ । ରତ୍ନ ସିଂହାସନ ଉପରେ ବଡ଼ସିଂହାର ବେଶରେ ସୁସଜ୍ଜିତ ହୋଇଛନ୍ତି ରସିକ ଶେଖର ରାଜରାଜେଶ୍ୱର ମହାପ୍ରଭୁ ଜଗନ୍ନାଥ । ପ୍ରଭୁଙ୍କୁ ବିଶ୍ୱର ଶ୍ରେଷ୍ଠ ପ୍ରେମିକ ମନେକରି ତାଙ୍କ ପୟରେ ସେ ନିଜର ନୃତ୍ୟ ଉତ୍ସର୍ଗ କଲା । ମଦିରା ଯାଗାରେ ମହାପ୍ରଭୁ ଦାନ କରିଛନ୍ତି ପଇଡ଼ ପାଣି,…

