ଅଭଦ୍ର ପଡ଼ୋଶୀ

ଅଭଦ୍ର ପଡ଼ୋଶୀ

ଗେରସ୍ତ ମୋହର ଭାରି ଡେଞ୍ଜର, ଲୋ କହିବାକୁ ଲାଗେ ଡର ଚାକିରି କରୁଛି ଠିକା ଶିକ୍ଷକ ଯେ, ଦରମା ଦେଢ଼ ହଜାର ସକାଳ ପାହୁଣୁ ଯାଉଚି ଇସ୍କୁଲୁ; ସଞ୍ଜକୁ ଆସୁଛି ଘର ସଜ ଦେଖି ମେତେ ଲାଇନି ମାରଇ ଭେଣ୍ଡିଆ ପଡ଼ୋଶୀ ମୋର । ଏଡ଼େ ଅଲାଜୁକ ଆଖି ଦୁଇ ତା’ର, ବାଘ ମାମୁଁ ଭଳି ରଡ଼ି ମାଆ-ଭଉଣୀକୁ ଉଡ଼ଉଚି ସଦା, ବବାଜି ଭଳିଆ ଦାଢ଼ି କଲେଜ ପଢ଼ିକି ନଲେଜ ବଢ଼ିଛି, ମଦ-ପାଣି ଚାଲେ ଖାଲି ଏଡ଼େ…

ଅଧିକ ପଢ଼ନ୍ତୁ
Aphera

ଅଫେରା

ଜୀମୂତମାଳାରୁ ଜନ୍ମି ଟୋପାଏ ଅମୃତ କିଛି ଦୂର ଆସିଲା ବଢ଼ି କିଛି କ୍ଷଣ ପରେ ଭାବିହେଲା କାହିଁକି ଆସିଲି ମୋ ଜନ୍ମଭୂମି ଛାଡ଼ି କ’ଣ ଲେଖା କପାଳେ ମିଶିଯିବି ମାଟିରେ ଅବା ଭାଗ୍ୟ ଯିବ ଫିଟିରେ ! ରହି ରହି ଗଲା ବହି ଉତ୍ତରା ପବନ ଜଳାଧିଶ ତନୁ ମନ କରିଲା ଚୁମ୍ବନ ଆନମନା ହେଲା ବାତାବରଣ ଚାତକ ଶାମୁକା ଏକ ଚାହିଁ ଥିଲା ଆକାଶ ଆଡ଼କୁ ତୃଷିତ ମୁଖ ମେଲାଇ ପଡ଼ିଲା ମୁହଁରେ ଯାଇ ଅମୃତ…

ଅଧିକ ପଢ଼ନ୍ତୁ
Odia Poem Sunayana Sulochana (ସୁନୟନା ସୁଲୋଚନା) by Rajshekhar Chima on Shubhapallaba Magazine

ସୁନୟନା ସୁଲୋଚନା

ସୁଦର୍ଶନ ହେଲା ଯେ ତୁମର ଆକର୍ଷଣୀୟ ଆନନ, ଅନ୍ତଃକରଣରେ ସୃଷ୍ଟି ହେଲା କୋମଳ କମ୍ପନ, ତକ୍ଷଣ ଶୁଭେଇଲା ପ୍ରେମଗୀତର ଗନ୍ଧର୍ବ ଗୁଞ୍ଜନ, ଲାଗେ ଯେ ମଳୟାନିଳର ହୋଇଛି ପ୍ରଭଞ୍ଜନ |୧| ସଙ୍ଗମ ହେଲା ତୁମ କଜ୍ୱଳିତ ନୟନ ସହ ମୋ ନୟନ, ମନ୍ତ୍ରମୁଗ୍ଧ ହୋଇ ରୁଣୁଝୁଣୁ ନାଚିଲା ମୋ ଅଧୀର ମନ, ନିର୍ଜନ ନବଲୋକକୁ ଶୀଘ୍ର କରିବା ବିହଙ୍ଗ ପରି ବହନ, ପ୍ରେମାନୁରକ୍ତ ପ୍ରେମଲୋକରେ ସଜେଇବା ସୁନ୍ଦର ସଦନ |୨| ତୁମ ଅଞ୍ଜନ ଅଳଙ୍କୃତ ନେତ୍ର ଲାଗନ୍ତି…

ଅଧିକ ପଢ଼ନ୍ତୁ
ଶେଷରୁ ଆରମ୍ଭ

ଶେଷରୁ ଆରମ୍ଭ

ତମେ ଗଲାପରେ…… ମନ – ମରୁଭୂମି ଦେହ – ଜରାଜୀର୍ଣ୍ଣ ଜୀବନ – ଯନ୍ତ୍ରଣା ପୂର୍ଣ୍ଣ, ଜିଇଁବା ବୃଥା ପଥ -କଣ୍ଟକିତ ବିଶ୍ୱାସରେ ଅବିଶ୍ୱାସର କଳଙ୍କ । ସମୟ – ଟିକ୍ ଟିକ୍ କରି ଖାଇଯାଏ ଘଣ୍ଟାର କଣ୍ଟା ବୟସ – ଆୟୁଷଠୁଁ ଫେଡ଼ିହେଇ ସମୟ ଠୁଁ ଆଗରେ ଛାତିର କୋହ ସବୁ ଆଖିର ଲୁହ ହେଇ ବହି ଯାଏ ଶୀତୁଆ ରାତିର ଜ୍ୟୋସ୍ନା ବି ଦେହକୁ ପୋଡ଼ିଦିଏ କପୋତ ବି ଦେଖେ ଶାଗୁଣାର ଲୋଲୁପ ଦୃଷ୍ଟିରେ…

ଅଧିକ ପଢ଼ନ୍ତୁ
prathama-barsha

ପ୍ରଥମ ବର୍ଷା

କାହିଁକି ଆଜି ବହୁତ ମନେପଡ଼ୁଛ କାରଣ ଜାଣିନି ତଥାପି ମନେପଡ଼ୁଛ ଲାଗୁଛି ସତେ ମୋ ପାଖେ ପାଖେ ଅଛ ମୋତେ ମୋ ଅଜାଣତରେ ନିରୀକ୍ଷଣ କରୁଛ ॥ ଆଜି ସେ ମୋଉସୁମୀର ହଠାତ ଆଗମନ ହୃଦୟକୁ ଆନ୍ଦୋଳିତ କରିଦେଲା, ମୃଦୁ ମଳୟରେ ଆସିଥିବା ବାସ୍ନା ତୁମ କଥା ମନେ ପକାଇ ଦେଲା ॥ ଆଜି ସେ ବର୍ଷାର ପ୍ରଥମ ଛିଟା ତା’ର ସ୍ପର୍ଶରେ ଆନନ୍ଦିତ କରିଦେଲା, ସତେ କି ସେ ସ୍ପର୍ଶଟା ତା’ର ନୁହେଁ ବୋଧେ ତାହା…

ଅଧିକ ପଢ଼ନ୍ତୁ