କାହାକୁ ମୁଁ ସମାଜ କହେ?

କାହାକୁ ମୁଁ ସମାଜ କହେ?

ଶିଶୁ ଶ୍ରମିକମାନଙ୍କ ହାତରେ, ଅସହାୟତାର ଇଟା ହୀନମନ୍ୟତାର ସିମେଣ୍ଟ ବୁହାଯାଇ ସଭ୍ୟ ସମାଜର ନିର୍ମାଣ କରାଯାଏ ସେଇ ସଭ୍ୟତାରେ ପୁଣି, ଭବିଷ୍ୟତ ରାସ୍ତା କଡ଼ ଅଳିଆ ଗଦାରେ ସଢ଼ୁଥାଏ ତା’କୁ ମୁଁ ମୋର ସମାଜ କହେ । ଅସଂଖ୍ୟ ଶିକ୍ଷାନୁଷ୍ଠାନ: କୁଢ଼କୁଢ଼ ଡିଗ୍ରୀଧାରୀ ଶବ ଅନ୍ଧବିଶ୍ୱାସ ଓ ଅସ୍ପୃଶ୍ୟତାକୁ ଜାବୁଡ଼ି ଧରି ସଚ୍ଚୋଟତାର ମୁଖାପିନ୍ଧା ଚରିତ୍ରଗୁଡ଼ାକ ଏଠି ନିଇତି ଏଣ୍ଡୁଅ ପରି ରଙ୍ଗ ବଦଳାଉଥାଏ ତା’କୁ ମୁଁ ମୋର ସମାଜ କହେ । ନାରୀ ସେ ନାରାୟଣୀ, ଜଗତଜନନୀ ଅଭୟ…

ଅଧିକ ପଢ଼ନ୍ତୁ
ଆସ ଆମେ ଯିବା

ଆସ ଆମେ ଯିବା

ଆସ ଆମେ ଯିବା ଆମ କଳ୍ପିତ ପୃଥିବୀକୁ, ଇପ୍ସିତ ସକାଳର ସୁନେଲି ଖରାରେ ବାଟ କାଢ଼ି, ରାତିର ଅନ୍ଧାରରେ ଆମର ଅସ୍ତିତ୍ବ ଖୋଜିବା ଶବ୍ଦର କୁହୁକରେ କବିତାର ଜାତକ ଲେଖିବା ତୁମର ପ୍ରତିଟି ‘ହଁ’ରେ ହିଁ ଆମେ କବିତା ଲେଖିବା, ପାହାନ୍ତି ସପନରେ ନୂଆ ଏକ ସକାଳର ଭବିଷ୍ୟ ଦେଖିବା, ରାତିର ନିରବତାରେ ସଞ୍ଜର ଇତିହାସ ପଢ଼ିବା ପବନର ଫିସଫିସରେ ପ୍ରେମର ବାର୍ତ୍ତାକୁ ଆମେ ସନ୍ତର୍ପଣେ ବୁଝି ନେବା, ନଈ ଏ ପାରି ଛିଡ଼ା ହୋଇ ଆର…

ଅଧିକ ପଢ଼ନ୍ତୁ
ବୋଉ ନଥିବା ବେଳେ

ବୋଉ ନଥିବା ବେଳେ….

ବୋଉ ଯାଇଛି ମାଉସୀ ଘରକୁ ଘରଯାକ କାମ ମୋ ମୁଣ୍ଡକୁ, ପାଉଁଜି ବାଜି ଛାତ ଉଠୁଛି ପଡ଼ୁଛି ଦମଦମ ପାଦ ଚଟାଣ ଖସୁଛି, ଝାଳ ଲତପତ କେଶ ଅଲରା ଘରଟାକୁ ଆଜି ମୁଣ୍ଡେଇଛି ପରା, ଠା ଠା କରି ଆଠ ଠା ବାଲି ଘରଗୋଟା ପା’ ପହରି ମୁଁ ଥିଲି, କେଡ଼େ ନିଷ୍ଠାରେ ଦେଲି ଦିଅଁପାଣି ପୂର୍ବ ପୁରୁଷ କିନ୍ତୁ ପାଇଲେନି ପାଣି, ରୋଷେଇ ଘରେ ବାଜୁଥିଲା ଡିଜେ ବାସନକୁସନ କରୁଥିଲେ ବିଜେ, ଗାଳିଦେଲି ଭାତ, ବୋହିଗଲା…

ଅଧିକ ପଢ଼ନ୍ତୁ
ଜଣେ ସହୀଦଙ୍କ ଆତ୍ମାର କୋହ.....

ଜଣେ ସହୀଦଙ୍କ ଆତ୍ମାର କୋହ…..

(କାହାକୁ ଆକ୍ଷେପ କିମ୍ୱା କାହାର ସମ୍ନାନହାନୀ କରିବା ମୋର ଏହି ଲେଖାର ଉଦ୍ଦେଶ୍ଯ ନୁହେଁ । କେବଳ ଯାହା ହୃଦୟଙ୍ଗମ କରିଛି ସେଇ ସବୁ କଥା ଏଠାରେ ରଖିଛି ।) ଗତ ତା ୧୪/୦୨/୨୦୧୯ରିଖରେ ପାକିସ୍ତାନରେ ପରିଚାଳିତ ଜୈଶ୍-ଏ-ମହମ୍ମଦ ସଂଗଠନର ଆତଙ୍କି ଅତ୍ମଘାତୀ ଅକ୍ରମଣରେ ଜାମ୍ମୁକାଶ୍ମୀରର ପୁଲଓ୍ୱାମାଠାରେ ଭାରତ ମାଟିର ୪୪ ଜଣ ବୀର ପୁତ୍ର ପ୍ରାଣବଳୀ ଦେଇଥିଲେ । ସେଇ ଘଟଣାକୁ ଚିନ୍ତା କଲେ ମଧ୍ୟ ମନରେ କୋହ ଉଠୁଛି । ସାରା ଦେଶ କାନ୍ଦୁଛି, ସହୀଦ ପରିବାରଙ୍କ ପ୍ରତିଟି ସଦସ୍ୟ,…

ଅଧିକ ପଢ଼ନ୍ତୁ
ସଙ୍କୁଚିତ

ସଙ୍କୁଚିତ

ଫୋନରେ ବୋଉ କହୁଥିଲା,”ମୁଁ ଭୁବନେଶ୍ୱର ଆସିବା ବର୍ଷେ ପାଖାପାଖି ହେଲାଣି । ତତେ ବେଳ ମିଳୁନି ମତେ ଥରେ ଆସି ଦେଖା କରିବା ପାଇଁ?” ସୁଧୀରକୁ ଟିକିଏ ଅଧୈର୍ଯ୍ୟ ଲାଗିଲା । କହିଲା, “ବୋଉ ତୁ ଜାଣିଛୁ କଳିଙ୍ଗ ବିହାରରୁ ଲିଙ୍ଗିପୁର କେତେ ବାଟ? ମୋ ସାଙ୍ଗରେ ତ ପ୍ରତି ଦଶ ପନ୍ଦର ଦିନରେ କଥା ହେଉଛୁ । ଭିଡିଓ କଲରେ ତ ତୁ ମତେ ଦେଖୁଛୁ, ମୁଁ ତତେ ଦେଖୁଛି ।” ତା’ କଥା ନ ଶୁଣିଲା ଭଳି ବୋଉ କହିଲା,…

ଅଧିକ ପଢ଼ନ୍ତୁ