ଶୀତ ସକାଳର ମୋ ଗାଁ
କୁହୁଡ଼ି ଶେଯରେ ସକାଳୁ ସେ ଢାଙ୍କି ହୋଇଥାଏ ସୁନେଲି କିରଣରେ ତା’ ନିଦ ଭାଙ୍ଗିଯାଏ କୃଷକ ପୁଅ ବିଲଆଡ଼େ ମାଡ଼ିଯାଏ ମା’ଙ୍କର ବିରକ୍ତି ଭରା ଗାଳି ଶୁଣି ନିଦ ମୋର ହଜିଯାଏ ଏପଟେ ଘରୁ ଚକୁଳିର ବାସ୍ନା ମୋ ପାଶେ ମାଡ଼ିଆସେ ସନିଆ ଜେଜେ ପାଖକୁ ଡାକି ମିଠା ମିଠା ଗପ କହେ କେତେ ବେଳେ ତା’ କୋଳରେ ପଶି ଦାଢ଼ି ମୁଁ ଟାଣିଦିଏ “ଏ ଚଗଲା ଟୋକାକୁ ପାରି ହେବନି”, କହି ମୃଦୁ ହସଟିଏ ଦିଏ…

