ନାରୀ ନୁହେଁ ସେ ନାରାୟଣୀ
ନାରୀ ନୁହେଁ ସେ ନାରାୟଣୀ ଉକ୍ତିଟିର ଅଛି ଆମ ସମାଜେ ଚଳଣି । ବାସ୍ତବିକେ ନାରୀ ଲାଞ୍ଛିତ, ଦୁଃଖିନୀ ଭୁଲିଗଲୁ ଆମେ ସେ ଜାୟା, ଭଗିନୀ, ଜନନୀ । ନରରାକ୍ଷସର କବଳେ କବଳିତା ଆଜି ନାନା ଦୁଃଖେ, କଷ୍ଟେ ପଡ଼ୁଛି ସେ ଭାଜି । କେତେ ଯେ ମହିୟସୀ ନିର୍ଭୟାରୁ ଦିଶା ଏମାନଙ୍କୁ ମାରି ମେଣ୍ଟାଅ କାମନା ପିପାସା । ସେ ଅବଳା ସଂଗ୍ରାମ କରୁଛି, ଲଢ଼େଇ ଲଢ଼ୁଛି ପରିଶେଷେ ନିର୍ଭୟା ଭଳି ଜୀବନ ହାରୁଛି । ଯେଉଁ ରାକ୍ଷସ କରେ ନାରୀ ବଳାତ୍କାର…

