ଉତ୍କଳ ଗୌରବ ମଧୁସୂଦନ ଦାସ
‘ଉତ୍କଳଗୌରବ’ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ସ୍ୱତନ୍ତ୍ର ଉତ୍କଳ ଗଠନରେ ତାଙ୍କର ଭୂମିକା କୌଣସି ପ୍ରକୃତ ଓଡ଼ିଆ ପକ୍ଷେ କେବେହେଁ ଭୁଲିବା ପରି ନୁହେଁ । ତାଙ୍କର ନିଷ୍ଠାପୂର୍ଣ୍ଣ କାର୍ଯ୍ୟଧାରା, ତ୍ୟାଗ, ବିଚକ୍ଷଣ ଚିନ୍ତାଧାରା ଓ ଅନ୍ତହୀନ ଜାତିପ୍ରୀତି ଅବିସ୍ମରଣୀୟ । ଓଡ଼ିଶା ଇତିହାସର ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ, ଏକ ପତିତ ଜାତିର ଉଦ୍ଧାର ପାଇଁ କାର୍ଯ୍ୟ କରିଥିଲେ ‘ଉତ୍କଳଗୌରବ’ । ତାଙ୍କ ଜାତିପ୍ରେମ, ସ୍ୱାଭିମାନ ଏବଂ ସୁଦୂରପ୍ରସାରୀ ଚିନ୍ତାଧାରା ସାମସମୟିକ କାଳଠାରୁ ଢେର୍ ଆଗରେ ଥିଲା । ତାଙ୍କ…

