ଦେଶପ୍ରୀତିର ପରଦିନ !
ସକାଳୁ ସକାଳୁ ସମସ୍ତେ ଉତ୍ସାହର ସହ କାର୍ଯ୍ୟାଳୟ ଅଭିମୁଖେ ବାହାରୁଥିଲେ ଆଉ ଆଲମାରୀର ଅନ୍ଧାରୀ ଜୀବନରୁ ଜାତୀୟ ପତାକା ମଧ୍ୟ ଖୋଲା ଆକାଶରେ ମନ ଭରି ଉଡ଼ିବା ଆଶାରେ ବାହାରକୁ ଆସୁଥିଲା । ବାସ୍ ସବୁ ପ୍ରସ୍ତୁତି ସରିଥିଲା, ପତାକା ମଧ୍ୟ ଉତ୍ତୋଳନ ହେଲା ଏବଂ ଜାତୀୟ ସଙ୍ଗୀତ ଗାନ ହେଲା । ବନ୍ଦେ ମାତରଂ, ଭାରତ ମାତା କି ଜୟର ଧ୍ୱନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଲା । ସ୍ଵାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କୁ ମନେ ପକାଇ ବକ୍ତୃତା ଦିଆଯିବା ସହ…

