emiti-huantani

ଏମିତି ହୁଅନ୍ତାନି

ଏମିତି ହୁଅନ୍ତାନି ସରନ୍ତାନି କେବେ ଧୂଳିଖେଳ ଷଡ଼େଇରେ ଭାତ ଡାଲି ରାନ୍ଧିବାର ବେଳ ସାରୁପତ୍ର ଥାଳିରେ ଷଡ଼େଇ ଗିନାରେ ପରସୁଥାନ୍ତୁ ତୁ ପାଖରେ ବସି ମିଛି ମିଛିକା କୁନି ବୋହୁଟିଏ ସାଜି । ଫେରି ଆସନ୍ତାନି । ସେଇ ଅଫେରା ଦିନ ରାଗ-ରୁଷା-ଅଭିମାନ ମୁହଁ ଫୁଲାଫୁଲି ଲୁଚକାଳି ଆଉ ବୋହୂଚୋରି ଖେଳ କୁନିକୁନି କଅଁଳିଆ ପାପୁଲିରେ ଆଖିବୁଜି ଧରିବାର ବେଳ । ଏମିନ୍ତି ହୁଅନ୍ତାନି । ସମୟଟା ରହିଯାନ୍ତା ଥମକରି ତୋ’ ମୋ ଖେଳ ସେଇମିତି ଚାଲିଥାନ୍ତା…

ଅଧିକ ପଢ଼ନ୍ତୁ
Balaban-Corona

ନିଜକୁ ବଳବାନ ଭାବୁଛି କରୋନା

ନିଜକୁ ବଳବାନ ଭାବି ବଞ୍ଚୁଥିବା ଏକ ମାରାତ୍ମକ ଭାଇରସ୍ ନାଁ ତା’ର କରୋନା ॥ ହଜାର ହଜାର ସ୍ଵପ୍ନଦେଖି ହସ ମୁହଁରେ ଘୁରି ବୁଲୁଛି ସାଜିଛି ଉଡ଼ନ୍ତା ଏକ୍ଲାପକ୍ଷୀ ସାରା ବିଶ୍ୱରେ ସାଜିଛି ସ୍ୱାର୍ଥପର, ଶତ୍ରୁତା ଏବଂ ଜୀବନର ମୃତ୍ୟୁଞ୍ଜୟ ॥ ଗୋଟେ ପରିବାର ଭଳି ବଞ୍ଚୁଥିବା ସାଧାରଣ ମନୁଷ୍ୟକୁ ଅସହାୟ, ଦୁଃଖିତ ଆଖିରୁ ଲୁହ ଝରେଇ ଦେଇ ପାରିଛି ମହାମାରି କରୋନା ॥ ଯୁଗଥିଲା ଲୋକେ ଦାଦନ ଖଟି ବଞ୍ଚିବା ଶିଖୁଥିଲେ ଏବେ ହସ ମୁହଁରେ…

ଅଧିକ ପଢ଼ନ୍ତୁ
Chagulu Hela Suna Pila

ଚଗୁଲୁ ହେଲା ସୁନା ପିଲା

“ମନେପଡ଼େ ସେଦିନର କଥା । ସ୍କୁଲରେ ଦେବାଶିଷ ସାରଙ୍କ ପ୍ରଥମ ଦିନ । ମନରେ ଭରିଥାଏ କେତେ ଆଶା ଆକାଂକ୍ଷା । ଅନେକ କଷ୍ଟ କରି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥାନ୍ତି ସେ । ଆଜି ନିଯୁକ୍ତି ପାଇ ଯୋଗଦେବାର ପ୍ରଥମ ଦିନ । ମନ ବହୁତ ଖୁସି ଥାଏ ବିଦ୍ୟାଳୟରେ ନୂଆନୂଆ ପିଲାମାନଙ୍କ ସହ ମିଶିବାର ସୁଯୋଗ ମିଳିବ । ପ୍ରାର୍ଥନା ପରେ ଉପସ୍ଥାନ ଖାତାଟିକୁ ହାତରେ ଧରି ମନଜିଣା ସ୍ମିତହାସ୍ୟ ବଦନରେ ନବମ ଶ୍ରେଣୀ…

ଅଧିକ ପଢ଼ନ୍ତୁ
Guru Gourav Radha Krishnan

ଗୁରୁ ଗୌରବ: ରାଧାକ୍ରିଷ୍ଣନ

ଗୁରୁଦିବସ । ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନଟିଏ । ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇଆସୁଛି । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକ ବର୍ତ୍ତିକା । କେବେ ଆକଟଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ କି ସଙ୍ଗୀତ ।…

ଅଧିକ ପଢ଼ନ୍ତୁ
Patni

ପତ୍ନୀ

ବାମ ପାଦ କଳସ ଢିଅରେ ଅଣାୟତ ହୁଏ ବିରି ପେଡ଼ା ବାପଘର ଶିଳରେ ଫୋଡ଼ାଣ ଫେଡ଼ୁ ଫେଡ଼ୁ ତୁଠ ହୋଇଯାଏ ଅଭିଆଡ଼ୀରୁ ଏକ ସୂକ୍ଷ୍ମ ମାନସାଙ୍କ । ଖରଡ଼ିଆ ଦୁଇ ହଳ ଝୁଣ୍ଟିଆରେ ବି ଆଲାରାମ୍ ବାର ବାର ଉଠ୍ ବସ୍ କରାଏ କାମତୁଣୀ ଅଣ୍ଟାରେ ବୋଉର କନକ ଆଞ୍ଜୁଳି । ଶେଷ ରାତି ଶେଯରେ ତ ସେ ହଜାଇ ଥାଏ ବାପା ମାଆଙ୍କ ଶୁଦ୍ଧି କ୍ରିୟା କୁଆଁର ପୁନେଇର ମଲା ଜହ୍ନରୁ ସାଉଁଟି ଥିବା ଜଳାଗ୍ନ…

ଅଧିକ ପଢ଼ନ୍ତୁ