ଏମିତିକା ବୋଉ (ଶାଶୁ) ମିଳନ୍ତେ କି
ଏମିତିକା ବୋଉ ମିଳନ୍ତେ କି ଶାଶୁ-ବୋହୂ ଆମେ ରାତି ନପାହୁଣୁ ଚା’ ଦି’ କପ ଧରି ସାରା ରାଇଜଟା ଗପ ଗପନ୍ତୁ କି ! ଏମିତିକା ବୋଉ ମିଳନ୍ତେ କି ଭାଷାଗତ ପ୍ରଭେଦ ଛକା ପଞ୍ଝା ଆଉ କଥା କଟାକଟିରେ ଦିନଗୁଡ଼ା କଟି ଯାଆନ୍ତା କି ! ଏମିତିକା ବୋଉ ମିଳନ୍ତେ କି ଗେହ୍ଲେଇ କି ଆଦେଶ ଦିଅନ୍ତେ ଭୁଲ ବଟକାରେ ଗାଳି ନକରି ହସମଜାରେ ସୁଧାରି ଦିଅନ୍ତେ କି ! ଏମିତିକା ବୋଉ ମିଳନ୍ତେ କି ଆରିସା ଚିତ୍ତଉ ପୋଡ଼…

