You are currently viewing ମୋ’ ବୋଉ
ମୋ ବୋଉ

ମୋ’ ବୋଉ

ମୋ’ ବୋଉ,
ତୋ’ର ପଣତକାନିରେ ମୋ ଜୀବନ ବନ୍ଧା ଥାଉ,
ତୋ’ର ସ୍ନେହର ବାରିଧାରା ସର୍ବଦା ମୋ ପାଇଁ ବହୁ;

ମୋ’ ବୋଉ,
ତୋ’ର ହସ ହସ ମୁହଁ ସଦା ମୋ ଆଖି ଆଗେ ଥାଉ,
ତୋ’ର ଆଶୀର୍ବାଦରେ ମୋ ଜୀବନ ଆଲୋକିତ ହେଉ;

ମୋ’ ବୋଉ,
ତୋ’ର ଉତ୍ସର୍ଗ ମୋ ପାଇଁ କେବେବି ବୃଥା ନ ଯାଉ,
ତୋ’ର ମାର୍ଗଦର୍ଶନରେ ମୋ ମନୋବଳ ଦୃଢ଼ ହେଉ;

ମୋ’ ବୋଉ,
ତୋ’ର ଶିକ୍ଷା ଓ ଆଦର୍ଶରେ ମୋ ଜୀବନ କୁସୁମିତ ହେଉ,
ତୋ’ର ଉପବାସ ଆଉ ପୂଜାର ମୂଲ୍ୟ ମୋ ପାଇଁ ଅମୃତ ସାଗର ଢେଉ;

ମୋ’ ବୋଉ,
ତୋ’ର ମମତାର ଧାରା ସଦା ମୋତେ ଶକ୍ତ କରୁଥାଉ,
ତୋ’ର ସମ୍ପର୍କ ମୋ ସାଥେ ଯୁଗ ଯୁଗ ଧରି ରହୁ;

ମୋ’ ବୋଉ,
ତୋ’ର ନାଁଆ ହିଁ ମୋ ପାଇଁ ସଦା ଅମୂଲ୍ୟ ସମ୍ପଦ ହୋଇ ରହୁ,
ତୋ’ର ଉପସ୍ଥିତି ମୋତେ ସୁଖ ସମୃଦ୍ଧି ଦେଉଥାଉ;

ମୋ’ ବୋଉ,
ତୋ’ର ପ୍ରେରଣା ମୋ ପାଇଁ ଦିବ୍ୟ ସତ୍ତା ହୋଇ ରହୁ,
ତୋ’ର ଶୁଭଚିନ୍ତନ ମୋତେ ନୂତନ ଉତ୍ସାହ ଆଣିଦେଉ;

ମୋ’ ବୋଉ,
ତୋ’ର କୋଳ ମୋ ପାଇଁ ସଦା ଆଶ୍ରାର ବୈତରଣୀ ହେଉ,
ତୋ’ର ନୟନ ଦୁଇଟି ମୋ ସୂର୍ଯ୍ୟ ଚନ୍ଦ୍ର ହୋଇ ରହୁ;

ମୋ’ ବୋଉ,
ମୋ’ ବୋଉ,
ମୋ’ ବୋଉ…

– ଯଜ୍ଞେଶ କୁମାର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଯଜ୍ଞେଶ କୁମାର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।