You are currently viewing ଆତ୍ମହତ୍ୟା
ଆତ୍ମହତ୍ୟା

ଆତ୍ମହତ୍ୟା

କହିବାର ଅଛି ଯଦି କହିଦିଅ
ଆଉ ହୁଏତ ଫେରିବନି ଏ ସମୟ,
“ନା” ହେବାର ଆଶଙ୍କାରେ
କେତେଦିନ ଆତଙ୍କିତ ହେବ ହୃଦୟ ॥

ପରେ ପଶ୍ଚାତାପ ହେବ ନିଶ୍ଚେ
ଜହ୍ନ ଆକାଶରୁ ଚାଲିଗଲା ପରେ,
ନା ହେଇଗଲେ ପ୍ରତୀକ୍ଷା ସରିଯିବ,
ବ୍ୟଥିତ ହେବନି ଅକୁହା ବେଦନାରେ ॥

ଆଉ ଯଦି “ହଁ” ହୋଇଯାଏ,
ଜୀବନ ପଲ୍ଲବିତ ହେବ ପ୍ରେମର ରଙ୍ଗରେ,
ବଦଳିଯିବ ଦୁଇଟି ଜୀବନ,
ଦୁଇ ମନ ଏକ ହେବ ସ୍ନେହ ବନ୍ଧନରେ ॥

ଧୈର୍ଯ୍ୟର ବନ୍ଧ ବାନ୍ଧି ଦିିଅ,
ଭାସି ଯିବନି ପ୍ରତ୍ୟାଖ୍ୟାନର ବନ୍ୟାରେ,
ତୁମ ପାଇଁ ବାପା ଏବେ ବି ଗର୍ବିତ,
ମାଆ ବି ତୁମକୁ ଜନ୍ମ କରି ଧନ୍ୟାରେ ॥

ଲକ୍ଷ୍ୟ ଘୁଞ୍ଚିଗଲେ ପଥ ସରେ ନାହିଁ
ସରେ ନାହିଁ ଏ ନିଃଶ୍ୱାସ,
ଚାଲିବ ଚାଲିବ ଆଗକୁ ବଢ଼ିବ,
ଚାଲିବାଯାଏ ଏ ପ୍ରଶ୍ୱାସ ॥

ଆତ୍ମହତ୍ୟା କେବେ ସମାଧାନ ନୁହେଁ,
ତୁମର ନୁହେଁ ଏ ଜୀବନ,
ପ୍ରେମ ପ୍ରତ୍ୟାଖ୍ୟାନଠାରୁ ନିଶ୍ଚେ ବଡ଼
ମାଆବାପାଙ୍କର ଋଣ ॥

– ବିଶ୍ୱନାଥ କିଙ୍କର ରାଉତ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବିଶ୍ୱନାଥ କିଙ୍କର ରାଉତ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।