ବିଡ଼ମ୍ବନା
ଦୁଃଖ ସୁଖ ସେଇ ଜଣଙ୍କ ହାତରେ ମଣିଷ ନିମିତ୍ତ ମାତ୍ର । ଜନମ ମରଣ ହିସାବ ତା’ପାଶେ ସଂସାର ରୀତି ବିଚିତ୍ର । ସତୀଦାହ ପ୍ରଥା ଉଚ୍ଛେଦ ହୋଇଲା ସମାଜ ସୁଧାର ହେଲା । ନାରୀ ନିର୍ଯ୍ୟାତନା ସେହିଦିନ ଠାରୁ କିଛିଟା ଲାଘବ ହେଲା । ନାରୀ ବିନା ସବୁ ଅସମ୍ପୂର୍ଣ୍ଣ ହୁଏ ସବୁଥିରେ ସିଏ ଲୋଡ଼ା । ତା’ ଶଙ୍ଖା ସିନ୍ଦୂର ହଜିଯାଏ ଯେବେ ଲାଗଇ ନାରୀ ଅଲୋଡ଼ା । ‘ଅ’ ଅକ୍ଷରଟିଏ ସବୁଠାରେ ଲାଗି ଅସଜଡ଼ା କରିଦିଏ । ବଞ୍ଚିବା ମରିବା ସମାନ ତାପାଇଁ…

