You are currently viewing କିଏ ସେ ବୁଝିଛି
କିଏ ସେ ବୁଝିଛି

କିଏ ସେ ବୁଝିଛି

କିଏ ସେ ବୁଝିଛି ଏ ଦୁନିଆକୁ ଆଜି
କେମିତି ଚାଲିବ କରି ତାକୁ ସାଥି
ଭବିଷ୍ୟତ ଆଖି ଆଗରେ ରହିଛି
ବର୍ତ୍ତମାନରେ ସେ ବୁଡ଼ି ରହୁଛି ॥

କିଏ ସେ ବୁଝିଛି ଭଲପାଇବାର ମୂଲ୍ୟ
ଖାଲି ପାଇବାର ଆଶା ସିଏ ଦେଖୁଛି
ନିସ୍ଵାର୍ଥପରର ଅଭିନୟ ସାଜି
ନିଜକୁ ନିଜେ ସେ ଧୋକା ଦେଉଛି ॥

କିଏ ସେ ବୁଝିଛି ଏ ସମ୍ପର୍କର ଭାଷା
ନିଜ ସ୍ୱାର୍ଥ ଲାଗି ମିଠା କଥା କହି
ନିଜକୁ ନିଜେ ଠକିବାର ଲୋକ ବହୁ ଅଛନ୍ତି
ଆଗକୁ ଏ ସମ୍ପର୍କର ରହିବ କି ନାହିଁ କିଏ ଦେଖୁଛି ॥

କିଏ ସେ ବୁଝିଛି ହାରିବାର ଦୁଃଖ
ଜିତିବାର ଲୋଭ ତାକୁ ନୀତି ଘାରିଛି
ନୂଆ ଆଶାରେ ବିମୋହିତ ହୋଇ
ଦିବା ସ୍ୱପ୍ନରେ ସେ ନୀତି ହଜୁଛି ॥

କିଏ ସେ ବୁଝିଛି ଦୁଃଖ ସୁଖ ଭରା ଜୀବନକୁ ଆଜି
ଦୁଃଖ ବେଳେ ସିଏ ବିଚଳିତ ହୁଏ
ସୁଖ ବେଳେ ଅତ୍ୟଧିକ ଖୁସି ହୋଇଯାଏ
ଦୁଃଖ ଆଉ ସୁଖ ଦୁଇଟାରେ ହସିବାର ଲୋକଙ୍କୁ କିଏ ଦେଖିଛି ॥

– ରୁଦ୍ର ନାରାୟଣ ଖଟୁଆ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ରୁଦ୍ର ନାରାୟଣ ଖଟୁଆ ଜଗତସିଂହପୁରସ୍ଥିତ ରାହାମାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆଇ.ଆଇ.ଟି ଧାନବାଦରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଲାଭ କରିଛନ୍ତି । ସେ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ରଚନା କରିଥାନ୍ତି । ତାଙ୍କ ରଚିତ କିଛି ଗଳ୍ପ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନିତ ହୋଇଛି ।