You are currently viewing ନାରୀ ତୋ’ର କେତେ ରୂପ କେତେ କାହାଣୀ
Odia Poem Nari Tora Kete Rupa Kete Kahani (ନାରୀ ତୋ'ର କେତେ ରୂପ କେତେ କାହାଣୀ) by Gagan Kumar Panigrahi

ନାରୀ ତୋ’ର କେତେ ରୂପ କେତେ କାହାଣୀ

କେବେ ସିଏ ମାଆ
କେବେ ସେ ଭଉଣୀ
ଭିନ୍ନ ଭିନ୍ନ ରୂପ
ଭିନ୍ନ ତା’ କାହାଣୀ ॥

ମାଆ ରୂପେ ସିଏ
ମମତା ମନ୍ଦିର
ଭଉଣୀ ରୂପରେ
ଭାରି ହିତକର ॥

ବନ୍ଧୁ ରୂପେ ସିଏ
ଭାରି ହାସ୍ୟମୟୀ
ପ୍ରେମିକା ରୂପରେ
ସଦା ଲାସ୍ୟମୟୀ ॥

ପୁତ୍ରୀ ରୂପେ ସିଏ
ସ୍ନେହର ଆତୁର
ତା’ର କୁନି ଓଠ
ଖୁସିର ଭଣ୍ଡାର ॥

ଘରଣୀ ରୂପରେ
ଗୃହ କାର୍ଯ୍ୟେ ବ୍ୟସ୍ତ
କାର୍ଯ୍ୟାଳୟେ ମଧ୍ୟ
ସିଏ ସିଦ୍ଧହସ୍ତ ॥

ଶିକ୍ଷୟିତ୍ରୀ ରୂପେ
କରେ ଶିକ୍ଷା ଦାନ
ସେବିକା ରୂପରେ
କରେ ମହତ୍ କର୍ମ ॥

ଭିନ୍ନ ଭିନ୍ନ ରୂପ
ଭିନ୍ନ ତା କାହାଣୀ
ମହାକାଶେ ମଧ୍ୟ
ଆଜି ସେ ଅଗ୍ରଣୀ ॥

ସେ ନାରୀ,
ଭିନ୍ନ ଭିନ୍ନ ରୂପ
ଭିନ୍ନ ତା’ କାହାଣୀ ॥

– ଗଗନ କୁମାର ପାଣିଗ୍ରାହୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଗଗନ କୁମାର ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ବିଚାର ବିଭାଗର କିରାଣୀ ଭାବରେ ଅଧୁନା କାର୍ଯ୍ୟରତ ଅଛନ୍ତି । ଗଗନ ତାଙ୍କ ଫାଙ୍କା ସମୟରେ ଓଡ଼ିଆରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଲେଖାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି ଏବଂ ତାଙ୍କର ଅନେକ ପାଠକୀୟ ଆଦୃତା ରହିଛି ।