Sita Sapanara

ଶୀତ ସପନର

ଶୀତ ସପନର ସାଇତା ସ୍ମୃତିରେ ଅବିର ରଙ୍ଗ ଭରି । ଫଗୁଣ ଫୁଲରେ ଚିଠି ଲେଖୁ ଲେଖୁ ଠିକଣା ହେଲା ମୋ ଚୋରି ॥ ଚୋରା ଚଇତିର ଚଗଲା ପବନ ଡକନା ଡକନା ଆଉ । ତୁମେ ଗଲା ପରେ ସହି ପାରିବିନି ନିଦାଘ ନିଆଁର ଦାଉ ॥ ଡହ ଡହ ଆଜି ବୈଶାଖୀ ମୁଁ ଯେ ନିଆଁରେ ତୋଲିଛି ଘର । ବୈଶାଖକୁ ମତେ ଡର ନାହିଁ । ହେଲେ ଶ୍ରାବଣକୁ ବେଶୀ ଡର ॥ – ସୁଦାମ ଚରଣ ସ୍ୱାଇଁ

ଅଧିକ ପଢ଼ନ୍ତୁ
Puni Pheri Asantani Piladina - ପୁଣି ଫେରି ଆସନ୍ତାନି ପିଲାଦିନ

ପୁଣି ଫେରି ଆସନ୍ତାନି ପିଲାଦିନ

ପୁଣି ଫେରି ଆସନ୍ତାନି ପିଲାଦିନ ପୁଣି ଶୁଭନ୍ତାନି ଜେଜେମା’ର ଗୁଲୁରୁ ଗୁଲୁରୁ ଗପ, ଜେଜେଙ୍କ ବଙ୍କୁଲୀ ବାଡ଼ି ଶବ୍ଦ । ପୁଣି ଶୁଭନ୍ତାନି ଚାଟଶାଳୀ ପାଠ ଗୁରୁଙ୍କ ଛାଟ ମାଡ଼ । ଆଇ ହାତ ପୋଡ଼ ପିଠା ପାଟିକୁ କରେ ମୋ’ର ମିଠା । ମାଇଁଙ୍କ ପିଠା ଚକୁଳି ଭାଙ୍ଗେ ମୋ ଅଳି ଅର୍ଦ୍ଦଳି । ମୋ ଗାଁ’ ମୋ ପାଇଁ ସରଗ ଭୂଇଁ । ଗାଁ’ରେ ସଞ୍ଜ ହୁଏ ଗାଈ ଗୋଠ ଫେରେ ହମ୍ବା ରଡ଼ି ଶୁଭେ କି ଚମତ୍କାର ଦୃଶ୍ୟ ଏବେ…

ଅଧିକ ପଢ଼ନ୍ତୁ
Sangharasi Singha - ସଂଘରସୀ ସିଂହ

ସଂଘରସୀ ସିଂହ

“ସନ୍ଧ୍ୟା ଲେଉଟିଲାଣି । ଆଉ କିଛି ମୁହୂର୍ତ୍ତକ ମଧ୍ୟରେ ଗଗନରେ ଉଭା ହେବେ ରାତ୍ରିର ସୂର୍ଯ୍ୟ ଓ ତାଙ୍କ ସହ ଆସିବେ ପରିବାରବର୍ଗର ସଦସ୍ୟ ତାରାବୃନ୍ଦମାନେ । କିନ୍ତୁ ଆପଣ ଆଜି ଶିକାର କରିବା ପାଇଁ କାହିଁକି ଆସିନାହାନ୍ତି । ଏହିପରି ଭାବରେ ଆପଣ ଉପାସରେ ରହିଲେ ଆପଣଙ୍କ ସ୍ୱାସ୍ଥ୍ୟର ବିଘଟନ ହେବ । କ’ଣ ହୋଇଛି ଆପଣଙ୍କର ସିଂହ ଅଜା । ଦିନକୁ ଦିନ ଆପଣ ଆମ୍ଭମାନଙ୍କ ପାଖରୁ କାହିଁକି ଦୂରେଇ ଯାଉଛନ୍ତି । ଆପଣ ଆମ ସମସ୍ତଙ୍କୁ ଏକାଠି ରହିବାକୁ ଶିଖାଇଛନ୍ତି କିନ୍ତୁ…

ଅଧିକ ପଢ଼ନ୍ତୁ
Budha Baragachha - ବୁଢ଼ା ବରଗଛ

ବୁଢ଼ା ବରଗଛ

ଗାଆଁ ମୁଣ୍ଡରେ ବିଶାଳ ବୁଢ଼ା ବରଗଛଟିଏ କାହିଁ କେଉଁ କାଳରୁ ରହିଆସିଛି ତାହା କାହାରିକୁ ଜଣା ନାହିଁ । ସମସ୍ତଙ୍କୁ ଏତିକି ଜଣା ଯେ, ସେ ବୁଢ଼ାବରଗଛ କୋଳରେ ସେହି ଗାଁ’ର ସମସ୍ତଙ୍କ ବାପା, ଜେଜେଵାପା ଏବଂ ପୂର୍ବ ପିଢ଼ିର ପୁରୁଷମାନେ ଖେଳିଆସିଛନ୍ତି ଓ ସମୟ ବିତାଇଛନ୍ତି । କେହି କେହି ବି କୁହନ୍ତି ସେହି ଗାଁ ସୃଷ୍ଟି ହେବା ପୂର୍ବରୁ ସେହି ବରଗଛଟି ରହିଆସିଛି । ଆଖପାଖ ମୌଜାରେ ସେହି ବୁଢ଼ା ବରଗଛ ପାଇଁ ସେହି ଗାଁ’ର ଭିନ୍ନ ଏକ…

ଅଧିକ ପଢ଼ନ୍ତୁ
Joubanara Agamane - ଯୌବନର ଆଗମନେ

ଯୌବନର ଆଗମନେ

ଶୀତ ପରେ ଯେବେ ଆସେ ବସନ୍ତ ଆନନ୍ଦରେ ଧରଣୀ ପାଗଳିନୀ ହୁଏ ହୁଏ ତା’ର ବୁକୁ ଉଲ୍ଲସିତ । ସରଳ କିଶୋରୀ ମନରେ ଯେତେବେଳେ ଦେଖାଦିଏ କଅଁଳ ଯୌବନ ସେ ବୁଝିପାରେ ସବୁ କଥାର ଅର୍ଥ ବୁଝିପାରେ ସବୁରି ଇଙ୍ଗିତ । ମୁଁ ଯେତେବେଳେ ପହଞ୍ଚିଲି ଯୌବନର ପାଦଦେଶରେ ସବୁ ଖାଲି ଲାଗୁଥିଲା ନୂଆ ନୂଆ ସବୁତ ରଙ୍ଗୀନ । ବର୍ଷାର ଆଗମନେ କେକୀ ଯେହ୍ନେ ହୁଏ ଆତ୍ମହରା ସବୁଠାରୁ ଲାଗୁଥିଲା ଭଲ ଅତୀବ ତମର ସେ ଚୋରା ଚୋରା ଚାହାଣୀ…

ଅଧିକ ପଢ଼ନ୍ତୁ