Se Kana Bujhe - ସେ କ'ଣ ବୁଝେ

ସେ କ’ଣ ବୁଝେ

ସେ କ’ଣ ବୁଝେ ଯେ ସେ ଚାଲିଗଲା ବୋଲି ତା’ଶିକୁଳିରେ ବନ୍ଧା ମୋ ଇଚ୍ଛାପତ୍ର ମାନେ ସେଇଠି ହିଁ ବନ୍ଧା, ଯେଉଁଠି ସେ କହିଥିଲା ଟିକେରୁହ ମୁଁ ଏଇ ଆସୁଛି । ସେ କ’ଣ ବୁଝେ ଯେ ସେ ଚାଲିଗଲା ବୋଲି ମୋ ଭିତରେ ଆଜି ଫୁତ୍କାରିତ ଗୋଟେ ବିରହବନ୍ୟା । ମୋ ଆଖି ହଳକ ଆଉ କି ଦେଖିପାରୁଛନ୍ତି ଘନ ଅନ୍ଧାରରେ ପୂର୍ଣ୍ଣିମାର ଜହ୍ନକୁ, ନା କାନ ଯୋଡ଼ା ଶୁଣିପାରୁଛନ୍ତି ବସନ୍ତର ଝାଞ୍ଜି ପବନରେ କୋଇଲିର କୁହୁ କୁହୁ…

ଅଧିକ ପଢ଼ନ୍ତୁ
Surya au agapari nahi - ସୂର୍ଯ୍ୟ ଆଉ ଆଗପରି ନାହିଁ

ସୂର୍ଯ୍ୟ ଆଉ ଆଗପରି ନାହିଁ

ସୂର୍ଯ୍ୟ ଆଉ ଆଗପରି ନାହିଁ ବହୁତ ବଦଳି ଯାଇଛି, ଜଣା ନାହିଁ, ଆଜି କାଲି କ’ଣ ହୋଇଛି ତା’ର କାହିଁକି ସେ ରାଗରେ ଗରଗର ସବୁବେଳେ କ୍ରୋଦ୍ଧରେ ଜଳୁଛି ! ପ୍ରଭାତରେ ବାଳ ଅରୁଣର ସୌମ୍ୟ ସୁଶୋଭିତ କମନୀୟ କାନ୍ତି ତ ଦିଶୁଛି କିନ୍ତୁ ଛଳନାରେ ଭ୍ରମିତ ହୁଅନି ସାପ ଛୋଟ ହେଲେ ବିଷ ଟାଣ ଅଛି, ଏବେ କାହିଁକି କେଜାଣି ସବୁବେଳେ ସୂର୍ଯ୍ୟ ଖାଲି କ୍ରୋଦ୍ଧରେ ଜଳୁଛି । ସୂର୍ଯ୍ୟ ଏବେ ପ୍ରତି ପ୍ରଭାତରେ କୁନି ଛୁଆଟିଏ ପରି…

ଅଧିକ ପଢ଼ନ୍ତୁ
Gosthastamira Bishesh - ଗୋଷ୍ଠାଷ୍ଟମୀ ବିଶେଷ

ଗୋଷ୍ଠାଷ୍ଟମୀ ବିଶେଷ

ଗୋଷ୍ଠାଷ୍ଟମୀ ପାଇଁ ଗୋପୂଜନ କରିବାକୁ ବାହାରୁଥିବା ପଣ୍ଡିତେ ସକାଳୁ ସକାଳୁ ତାଜା କ୍ଷୀର ଗ୍ଲାସଟେ ପିଉ ପିଉ ସେବକକୁ କହିଲେ, “କାଳୀ ଗାଈର ବଢ଼ିଆ କ୍ଷୀର । ତା’ ବାଛୁରୀକୁ ଏମିତି ଦୂରରେ ବାନ୍ଧିବୁ ଯେମିତିକି ସିଏ କ୍ଷୀର ପାଇବନି ଆଉ ସେସବୁ ଆମକୁ ମିଳିବ; ଆଉ ହଁ ଯେଉଁ ବୁଢ଼ୀ ଗାଈଟା କ୍ଷୀର ଦେଇ ପାରୁନି ତାକୁ ଆଜି ବିକିଦେବୁ କରିମ୍ ଖାନ୍‌କୁ । କାଲି ଆଉ ଗୋଟିଏ ନୂଆ ଗାଈ ଜଣେ ଭକ୍ତ ଦେବେ ବୋଲି କହିଛନ୍ତି ।”…

ଅଧିକ ପଢ଼ନ୍ତୁ
Mo Bou Hatarandha - ମୋ ବୋଉ ହାତରନ୍ଧା

ମୋ ବୋଉ ହାତରନ୍ଧା

ସମସ୍ତେ କୁହନ୍ତି ଯେ ଗୋଟିଏ ଜିନିଷର ମୂଲ୍ୟ ସେତେବେଳେ ବଢ଼ିଯାଏ, ଯେତେବେଳେ ଆମେ ତା’ର ଅଭାବ ପରିଲକ୍ଷିତ କରୁ । ଏ ଯେମିତି ମୁଁ ଆଜି ମୋ ବୋଉ ହାତରନ୍ଧା ଖାଦ୍ୟର ଅଭାବ ପରିଲକ୍ଷିତ କରୁଛି । ଜୀବନର ଚବିଶବର୍ଷ ପରେ ମୁଁ ଆଜି ବୁଝି ପାରୁଛି, ମୋ ବୋଉ ହାତର ସେଇ ପୁରୁଣା ଗାଉଁଲି ଖାଦ୍ୟ- ବାସି ପଖାଳ ତା’ସାଙ୍ଗକୁ ଶୁଖୁଆ ଭଜା, ବାଇଗଣ ପୋଡ଼ା, ବାଡ଼ିର ସଜନା ଶାଗ ଭଜା, ଆମ୍ବୁଲ ସହ ଶୁଖିଲା ଲଙ୍କା ଲୁଣ…

ଅଧିକ ପଢ଼ନ୍ତୁ
Kanya bhuruna - ମୁଁ କନ୍ୟାଭୃଣ !

ମୁଁ କନ୍ୟାଭୃଣ !

ମାଆ ପେଟରେ ଥାଇ ଏ ସୁନ୍ଦର ଦୁନିଆକୁ ଦେଖିବା ପାଇଁ ଯେତେବେଳେ ମୁଁ ଛଟପଟ ହେଉଥିଲି, ଏ ମାନବ ସମାଜରେ ପାଦ ଦେବାପାଇଁ ଯେତେବେଳେ ମୁଁ ଦିନ ଗଣୁଥିଲି ସେତେବେଳେ ମୋ ମାଆ ତା’ ନିଜ ହାତରେ ମୁଁ ଆଖି ଖୋଲିବା ପୂର୍ବରୁ, ଏ ସୁନ୍ଦର ଦୁନିଆକୁ ସ୍ପର୍ଶ କରିବା ପୂର୍ବରୁ ମୋର ସବୁ ସ୍ୱପ୍ନକୁ ଗୋଇଠା ମାରି ସବୁଦିନ ପାଇଁ ମୋତେ ଚିର ନିଦ୍ରାରେ ଶୁଆଇ ଦେଲା ଏବଂ ମୋତେ ନେଇ ଫିଙ୍ଗିଦେଲା ରାସ୍ତା କଡ଼ରେ…

ଅଧିକ ପଢ଼ନ୍ତୁ