ଆଜିର ଯାଜ୍ଞସେନି
ବକ୍ଷ ଚିରି ଆସେ ମୋର ଲକ୍ଷ ଭେଦି ବାଣ ସାମାଜିକ ଦୁଷ୍କର୍ମକୁ ଦେବାକୁ ନିର୍ବାଣ । ଏଯୁଗର ଦୁର୍ଯ୍ୟୋଧନ ହୁଅ ସାବଧାନ କୃଷ୍ଣ ଭିକ୍ଷା କରିବନି ଲଜ୍ୟା ନିବାରଣ । ଯଜ୍ଞସେନୀ କରୁଛି ମୁଁ ଜ୍ୱାଳା ଆମନ୍ତ୍ରଣ ଦୁରାଚାରୀ ପାପୀଙ୍କୁ ମୁଁ କରିବି ଦହନ । ଏ ନାରୀ ସାଜିଛି ଆଜି ଲେଲିହାନ ଜୁଇ ପିଶାଚର ଆଖିକୁ ସେ ଦେବାକୁ ଜଳାଇ । ଏଠି ନାହିଁ ବୃକୋଦର ପ୍ରେମର ଆହ୍ୱାନ ନାହିଁ ଏଠି ଫାଲଗୁନୀଙ୍କ ପ୍ରୀତି ନିବେଦନ । ରାଧାରାଣୀ ନୁହେଁ ମୁଁ ଯେ…

