You are currently viewing ପଛକଥା
ପଛକଥା

ପଛକଥା

ପଛକଥାକୁ ମନେପକାଇ ଲାଭ କ’ଣରେ ବାୟାଣୀ
ଖାଲି ଦୁଃଖରେ ଛଟପଟ ହେବୁ ସିନା,
ଦହଗଞ୍ଜ ହେବୁ ସିନା,
ଯନ୍ତ୍ରଣା ପାଇବୁ ସିନା
କହ ତ କ’ଣ ପାଇ ପାରିବୁ ତୋ’ ଇପ୍ସିତ ଆନନ୍ଦ?
ମୁଁ ଜାଣେରେ ବାୟାଣୀ ।

ତୋ’ ପଛକଥା ତୋତେ ଜାଳିବ ବାରମ୍ବାର
ତୁ ହୁଏତ ସହିପାରିବୁନି ସେ ଦହନର ଯନ୍ତ୍ରଣା ।
ତୁ କହତ ପାଟିରୁ ବାହାରି ଯାଇଥିବା ଶବ୍ଦ
ଧନୁରୁ ବାହାରି ଯାଇଥିବା ଶର କ’ଣ ଫେରାଇ ଆଣିହେବ !

ଠିକ୍ ସେମିତି ପଛକଥାକୁ କ’ଣ ସଜାଡ଼ି ହେବ ପୁଣିଥରେ?
ତେଣୁ ପାଶୋରି ପକା ସେ ନିଉଛଣା ପଛକଥା ସବୁ ।
ଏଇ ଦେଖ ତୋ’ ସାମ୍ନାରେ ସବୁଜ ସ୍ୱପ୍ନମାନଙ୍କର ଗହଳି
ଆପଣାର କରିନେ ସେମାନଙ୍କ ଭିତରୁ କାହାକୁ ଗୋଟେ
ଯାହାକୁ ସ୍ୱପ୍ନ ନଭାବି କରିଦେବୁ ବାସ୍ତବ ।

ଦୁଃଖ ସୁଖର ମାୟାରେ ଘେରା ତ ଏ ସଂସାର
ଅନେକ ଦୁଃଖକୁ ଅଙ୍ଗେ ନିଭେଇଛୁ ତୁ
ଏବେ ଭୁଲିଯା’ ସେ ପଛକଥା
ଆପଣେଇ ନେ ପ୍ରେମମୟ ପାଦପଦ୍ମ
ବୋଧହୁଏ ଆଉ ଝୁଣ୍ଟି ପଡିବୁନି ଅବେଳରେ ।

ତୁ ଚାଲ ଆଗେ ଆଗେ
ମୁଁ ଛାଇ ପରି ଅଛି ତୋ’ ପଛେ ପଛେ ।

– ସତ୍ୟବ୍ରତ ସାହୁ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସତ୍ୟବ୍ରତ ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।