You are currently viewing ଆତ୍ମା ତତ୍ତ୍ୱ
ଆତ୍ମା ତତ୍ତ୍ୱ

ଆତ୍ମା ତତ୍ତ୍ୱ

ଅଭାଗା ହତଭାଗା
ସତେ ଅବା ତଟିନୀ ।
ଗିରି ପରିତ୍ୟକ୍ତା
ସାଗର ବିରହିଣି ।୦।

ଶରୀରେ ଆବଦ୍ଧ
ଲୋଭ କାମେ ବଶ
ବ୍ରହ୍ମ ତ୍ୟାଗି ବ୍ରହ୍ମ ଲାଗି
ଆତ୍ମେ ତତ୍ତ୍ୱ ହ୍ରାସ ।

ଅଚଳ ଅବିଚଳ
ସତେ ଅବା ପଥର
କ୍ଷର ପ୍ରତିକ୍ଷଣେ
ତଥାପି ଅକ୍ଷର ।୧।

ନିଶବ୍ଦ ନିଶାର୍ଦ୍ଧ
ମେଘ ଦେହେ ସୁପ୍ତ
ଘର୍ଘର ଶବ୍ଦ ସହ
ନଭେ ହୁଏ ବ୍ୟାପ୍ତ ।

ଚପଳା ଲାଜବୋଳା
ସତେ ଅବା ବିଜୁଳି
କ୍ଷଣିକ ଆୟୁଷ
ଯାଏ ଖାଲି ଜଳି ।୨।

– ଅଖିଳ ପାଢ଼ୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଖିଳ ଚଦ୍ର ପାଢ଼ୀ ପେଶାରେ ଜଣେ ଚାଟର୍ଡ଼ ଆକାଉଣ୍ଟାଣ୍ଟ ଏବଂ ନିଶା ତାଙ୍କର ଗପ କବିତା ଆଦି ଲେଖିବା । ଫାଙ୍କା ସମୟରେ ସେ ଋକ୍ ବେଦ ସହ କିଛି ବେଦ ତଥା ପୂରାଣ ଆଦିର ଓଡ଼ିଆ ଅନୁବାଦ କରନ୍ତି ଏବଂ ଗୁଗଲ୍ ଟ୍ରାନ୍ସ୍‌ଲେଟ୍ ଭଳି କିଛି ସ୍ଥାନରେ ମଧ୍ୟ ତାଙ୍କର ଅବଦାନ ରହିଛି ।