You are currently viewing ପ୍ରୀତିର ମହକ
ପ୍ରୀତିର ମହକ

ପ୍ରୀତିର ମହକ

ପ୍ରୀତିର ମହକ ପ୍ରୀତି ଫୁଲେ ଭରି
ପୀରତି ନିଶାରେ ଛୁଇଁଲ
ପ୍ରୀତି ଛନ୍ଦା ତମେ ପ୍ରେମ ସୁଧାବାରୀ
ପ୍ରୀତି ମୁଗ୍ଧା ମୋତେ କରିଲ ॥୧॥

ପୟରେ ପାଉଁଜି ପଦ୍ମଗନ୍ଧା ବକ୍ଷେ
ପ୍ରୀତିଲଗ୍ନା ଗଳେ ପିନ୍ଧିଲ
ପ୍ରୀତିସ୍ୱପ୍ନା ତମେ ପ୍ରେମର ପୀୟୂଷ
ପଲକେ ଅଞ୍ଜନ ବୋଳିଲ ॥୨॥

ପ୍ରରମ ସୁନ୍ଦରୀ ପ୍ରତିଛବି ପ୍ରାଣେ
ପ୍ରୀତି ରଙ୍ଗେ ମଧୁ ଲେସିଲ
ପ୍ରେମେ ଅନୁକମ୍ପା ପିରତୀ ପାଗଳୀ
ପ୍ରଣୟ ମୂର୍ଚ୍ଛନା ତୋଳିଲ ॥୩॥

ପ୍ରେୟସୀ ପ୍ରେମିକା ପ୍ରୀୟା ମୋ ନାୟିକା
ପ୍ରୀତି ପଣତରେ ବାନ୍ଧିଲ
ପ୍ରେମ ସୋହାଗିନୀ ପ୍ରେମର ମଦିରା
ପ୍ରେମ ପିଆଲାରେ ଭରିଲ ॥୪॥

ପ୍ରେମର ରାଗିଣୀ ପ୍ରୀତିର ମହ୍ଲାର
ପ୍ରୀତି ପ୍ରେମ ମନେ ତୋଳିଲ
ପ୍ରଣୟ ପିପାଷୁ ପରଶେ ମୋ ତନୁ
ପ୍ରୀତି ପ୍ରତିବିମ୍ବ ଆଙ୍କିଲ ॥୫॥

ପ୍ରେମ ପ୍ରଣୟିନୀ ପ୍ରେମ ମନ୍ଦାକିନୀ
ପ୍ରେମ ପାରାବାରେ ଭାସିଲ
ପ୍ରେମ ମଧୁଗନ୍ଧା ପ୍ରେମ ଦୀପ ଜାଳି
ପ୍ରୀତି କୁଞ୍ଜେ ଚାହିଁ ବସିଲ ॥୬॥

– ସହଦେବ ବେହେରା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ସହଦେବ ବେହେରା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।