You are currently viewing ଆଜିର ଯାଜ୍ଞସେନି
Ajira Jajnaseni (ଆଜିର ଯାଜ୍ଞସେନି) - Odia Poem by Padmini Barik

ଆଜିର ଯାଜ୍ଞସେନି

ବକ୍ଷ ଚିରି ଆସେ ମୋର
ଲକ୍ଷ ଭେଦି ବାଣ
ସାମାଜିକ ଦୁଷ୍କର୍ମକୁ
ଦେବାକୁ ନିର୍ବାଣ ।

ଏଯୁଗର ଦୁର୍ଯ୍ୟୋଧନ
ହୁଅ ସାବଧାନ
କୃଷ୍ଣ ଭିକ୍ଷା କରିବନି
ଲଜ୍ୟା ନିବାରଣ ।

ଯଜ୍ଞସେନୀ କରୁଛି ମୁଁ
ଜ୍ୱାଳା ଆମନ୍ତ୍ରଣ
ଦୁରାଚାରୀ ପାପୀଙ୍କୁ ମୁଁ
କରିବି ଦହନ ।

ଏ ନାରୀ ସାଜିଛି ଆଜି
ଲେଲିହାନ ଜୁଇ
ପିଶାଚର ଆଖିକୁ ସେ
ଦେବାକୁ ଜଳାଇ ।

ଏଠି ନାହିଁ ବୃକୋଦର
ପ୍ରେମର ଆହ୍ୱାନ
ନାହିଁ ଏଠି ଫାଲଗୁନୀଙ୍କ
ପ୍ରୀତି ନିବେଦନ ।

ରାଧାରାଣୀ ନୁହେଁ ମୁଁ ଯେ
ନୁହେଁ ଅବା ମୀରା
ଅନ୍ତର୍ଦ୍ଦାହେ ଜଳିଦେବ
ସାମାଜିକ ଧାରା ।

– ପଦ୍ମିନୀ ବାରିକ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଦ୍ମିନୀ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।