You are currently viewing ପ୍ରେମ ବଦଳରେ ପ୍ରେମ
Odia Poem Prema Badalare Prema (ପ୍ରେମ ବଦଳରେ ପ୍ରେମ) by Pankaj Kumar Mangal

ପ୍ରେମ ବଦଳରେ ପ୍ରେମ

ପ୍ରେମ ବଦଳରେ ପ୍ରେମ ଚାହିଁଥିଲି କାହିଁ ଦେଲୁ ପ୍ରତାରଣା,
ଟିକେ ଭଲପାଇବା ମାଗି ଥିଲି ବୋଲି ମୋତେ ଦେଲୁ ତୁ ଛଳନା ।
କିଛିଦିନ ପାଇଁ ହସ ଦେଇ ଓଠେ କରି ଚାଲିଗଲ ଏକା,
ଏକା ହେବା ଯଦି ପ୍ରେମର ଭାଗ୍ୟ କାହିଁ ଦେଉଥିଲ ଦେଖା !

ସ୍ନେହ ବଦଳରେ ସ୍ନେହ ମାଗିଥିଲି କାହିଁ କଲୁ ମୋତେ ଘୃଣା,
ଆପଣାର କରି ଖେଳି ଚାଲିଗଲୁ ମୁଁ ନୁହେଁ ଗୋଟେ ଖେଳନା ।
କହିବି କେମିତି ଆମରି ଭିତରେ କେବେ କେହି ଯେ ନଥିଲା,
ବୁଝି ପାରୁନାହିଁ ମୋ ବିରୁଦ୍ଧରେ ତୋ ମନ ଭିତରେ, ସନ୍ଦେହ କିଏ ଭରିଲା ।
ପ୍ରେମ ବଦଳରେ ପ୍ରେମ ଚାହିଁଥିଲି କାହିଁ ଦେଲୁ ପ୍ରତାରଣା !?

ଫୁଲ ବଦଳରେ ଫୁଲ ଚାହିଁଥିଲି କଣ୍ଟା ଦେଲୁ ଉପହାର,
ବିଶ୍ୱାସ ବଦଳରେ ବିଶ୍ୱାସ ନଦେଇ ବିଶ୍ୱାସ ଭାଙ୍ଗିଲୁ ମୋର ।
ମୋ ସାଥେ ଏକାଠି ବାଟ ଚାଲୁ ଚାଲୁ କାହିଁକି ଯେ ରହିଗଲୁ,
ସାଥେ ଚାଲିବାର ପ୍ରତିଶ୍ରୁତି ଦେଇ ଏକା କରି ଚାଲିଗଲୁ ।
ପ୍ରେମ ବଦଳରେ ପ୍ରେମ ଚାହିଁଥିଲି କାହିଁ ଦେଲୁ ପ୍ରତାରଣା !?

ସପନ ଦେଖାଇ ନିଦ ଚୋରିକଲୁ କେଉଁ ଦୋଷ ଥିଲା ମୋର,
ହସିବା ଶିଖାଇ ଲୁହ ଦେଇଗଲୁ କେଉଁ ପ୍ରତିଶୋଧ ନେଲୁ ।
ତୋ’ ହସ ପାଇଁ ତୋ’ ଖୁସି ପାଇଁ ଆସିବିନି କେବେ ଫେରି,
ତୋ’ ମନର କଥା ବୁଝିବା ପାଇଁକି ହୋଇଗଲା ଟିକେ ଡେରି ।
ପ୍ରେମ ବଦଳରେ ପ୍ରେମ ଚାହିଁଥିଲି କାହିଁ ଦେଲୁ ପ୍ରତାରଣା,
ଟିକେ ଭଲପାଇବା ମାଗି ଥିଲି ବୋଲି ମୋତେ ଦେଲୁ ତୁ ଛଳନା ।

– ପଙ୍କଜ କୁମାର ମଙ୍ଗଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ପଙ୍କଜ କୁମାର ମଙ୍ଗଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।