ଗୋଷ୍ଠାଷ୍ଟମୀ ପାଇଁ ଗୋପୂଜନ କରିବାକୁ ବାହାରୁଥିବା ପଣ୍ଡିତେ ସକାଳୁ ସକାଳୁ ତାଜା କ୍ଷୀର ଗ୍ଲାସଟେ ପିଉ ପିଉ ସେବକକୁ କହିଲେ, “କାଳୀ ଗାଈର ବଢ଼ିଆ କ୍ଷୀର । ତା’ ବାଛୁରୀକୁ ଏମିତି ଦୂରରେ ବାନ୍ଧିବୁ ଯେମିତିକି ସିଏ କ୍ଷୀର ପାଇବନି ଆଉ ସେସବୁ ଆମକୁ ମିଳିବ; ଆଉ ହଁ ଯେଉଁ ବୁଢ଼ୀ ଗାଈଟା କ୍ଷୀର ଦେଇ ପାରୁନି ତାକୁ ଆଜି ବିକିଦେବୁ କରିମ୍ ଖାନ୍କୁ । କାଲି ଆଉ ଗୋଟିଏ ନୂଆ ଗାଈ ଜଣେ ଭକ୍ତ ଦେବେ ବୋଲି କହିଛନ୍ତି ।” ମୁଣ୍ଡ ହଲେଇ ଖାଲି ଗ୍ଲାସଟିକୁ ଧରି ସେବକ ଭାବୁଥିଲା, “ସତରେ କ’ଣ ଗୋମାତାର ପୂଜା କରୁଛନ୍ତି ପଣ୍ଡିତେ!!??”
– ମଧୁମିତା ମିଶ୍ର