Bilei - ବିଲେଇ

ବିଲେଇ

ପିଲାଦିନୁ ତା’ର ଆମିଷରେ ଦୁର୍ବଳତା ବୋଲି ଆମ ଘରେ ସମସ୍ତେ ତାକୁ ବିଲେଇ ବୋଲି ଡାକୁ । ଭଲମନ୍ଦ ତରକାରୀ ଟିକେ ହେଲେ ସେ ଥରକୁ ବାଦ ଆଉ ଥରେ ବୋଉ ସହ ତା’ପରେ ବାବା ସହ ବସିପଡ଼େ । ସିଂଗଡ଼ା, ଘୁଗୁନି, ଚାଟ, ଗୁପଚୁପ ସବୁ ଚଟ୍ କରିଦିଏ ସେ । ଏମିତିରେ ପିଲାବେଳେ ଗୁଦୁଲୁଗୁମାଟାଏ ହୋଇଥାଏ । ପୁରିଲା ପୁରିଲା ଦେହ । ବେକ ମୁହଁ ଲାଗି ଫୁଲକା ଫୁଲକା ଗାଲ ଭାରି ଗୁଲୁଗୁଲିଆ ଲାଗେ । ଯୋଗକୁ କୋଡ଼ପୋଛ ଛୁଆ ତେଣୁ…

ଅଧିକ ପଢ଼ନ୍ତୁ
Biraja Mausa

ବିରଜା ମଉସାଙ୍କୁ ମୁଁ ଯେମିତି ଜାଣେ…

ବିଗତ ଶତାବ୍ଦୀର ଶେଷ ବର୍ଷ ବୋଧହୁଏ, ଉଚ୍ଚଶିକ୍ଷାପାଇଁ ଗାଁ ଛାଡ଼ି ଯେବେ ସହରକୁ ପ୍ରଥମଥର ପାଇଁ ଆସିଥାଏ, ବିନା କୌଣସି ନୂଆ ସାଙ୍ଗସାଥିଙ୍କ କଲେଜ ଜୀବନର ପ୍ରଥମବର୍ଷ ଯେମିତିସେମିତି କଟିଗଲା । ସ୍ୱଭାବରେ ଅନ୍ତର୍ମୂଖୀ ହୋଇଥିବାରୁ ସାଧାରଣତଃ କାହା ସହିତ ଏତେଶୀଘ୍ର ମିଶି ପାରୁ ନଥାଏ । ଦ୍ୱିତୀୟ ବର୍ଷ ଆରମ୍ଭ ହେଉ ହେଉ ଦିନେ ଥରେ ବସ୍ ଫେଲ ହେବାରୁ ଘରକୁ ଚାଲିଚାଲି କିଛି ବାଟ ଯିବାକୁ ଆରମ୍ଭ କରିଛି କେହି ଜଣେ ପଛରୁ ଇଂରାଜୀରେ କହିଲେ, ମୋ…

ଅଧିକ ପଢ଼ନ୍ତୁ
Matira Mahaka - ମାଟିର ମହକ

ମାଟିର ମହକ

ଜନମ ଯେଉଁଠି ହୋଇଥିଲି ମୁହିଁ ଯାହାର ମାଟିକୁ ଆଗ ଛୁଇଁଲି ସେହି ମୋର ପ୍ରିୟ ଜନମ ଭୂଇଁ ଯେ ତାହାରି ଚରଣେ ମୁଣ୍ଡ ନଇଁଲି ॥୧॥ ମୋ ଗାଆଁ ଅଟେ ଗୋପଦାଣ୍ଡ ସତେ ସେଠି ଜଣାପଡ଼େ ସକାଳ ସଞ୍ଜ ସକାଳେ ସୁରୁଜ ମୁରୁଜ ବୁଣଇ ଗୋଧୂଳି ଲଗନେ ବୁଡ଼େ ସୁରୁଜ ॥୨॥ ଗାଆଁ ତୋଟା ମାଳେ କୋଇଲିର ସୁର ଫଗୁଣରେ ମନ ନିଅଇ କିଣି ସକାଳରେ ଶୁଭେ କୁଆ କାଆ କାଆ ରାତିରେ ପେଚାର ଗମ୍ଭୀର ଧ୍ୱନି…

ଅଧିକ ପଢ଼ନ୍ତୁ
Smruti Tume Janha Rati - ସ୍ମୃତି ତୁମେ ଜହ୍ନରାତି

ସ୍ମୃତି ତୁମେ ଜହ୍ନରାତି

ଜୀବନ ବହିର ଯୌବନ ପୃଷ୍ଠାରେ ପ୍ରେମ କଲମର ଧାରେ ଆଙ୍କି ଦେଇଥିଲି ପ୍ରତିଛବି ତୁମ ଅଜାଣତେ କେବେ ଥରେ ॥ ପ୍ରଥମ ପ୍ରେମର ଲକ୍ଷଣ ଗୁଡ଼ିକ ହୋଇଥିଲା ପ୍ରକଟିତ ନିଦ ହଜିଥିଲା ନିଶାର୍ଦ୍ଧ ବେଳାରେ ଶୁଣିଲି ପ୍ରେମ ସଙ୍ଗୀତ ॥ ଆଖିରେ ଆଖିରେ ହୋଇଥିଲା ପ୍ରେମ ଆଜି ବି ଲାଗେ ଜୀବନ୍ତ ଆଖିର କଥାକୁ ଓଠ କହିଦେଇ ହୋଇଥିଲା ଭୟଭୀତ ॥ ଈଶାରାରେ ତୁମେ ପ୍ରତ୍ୟୁତ୍ତର ଦେଲ ଆରମ୍ଭ ହୋଇଲା ପ୍ରେମ ସବୁଠୁ ନିଆରା ଅନୁଭୂତି ଥିଲା…

ଅଧିକ ପଢ଼ନ୍ତୁ
Matira Manisha - ମାଟିର ମଣିଷ

ମାଟିର ମଣିଷ

ନୁହେଁ ମୁଁ କବି ଲେଖୁନି ମୁଁ କବିତା ମରିମରି ଜୀଉଁଥିବା ମଣିଷର ଏ ଆତ୍ମକଥା ମଳିନ ମୁହଁ ତା’ର ଶୁଖିଲା ଦେହ କେବେ ଲହୁ ଆଉ କେବେ ଲୁହ ସବୁବେଳେ ଜୀବନରେ ତା’ର କାନ୍ଦ କାନ୍ଦ ଆଉ କୋହ ମାଟି ତା ଜନନୀ ମାଟି ତା ମାଆ ସାଙ୍ଗ ତା’ର କୋଡ଼ି କୋଦାଳ ଦାଆ ସେଇ ଟାଣୁଆ ଖରା ସେଇ ଦୁଇଟି ହାଡୁଆ ବଳଦ ଦିଅନ୍ତି ବଞ୍ଚିବାର ରାହା ଶାଗ ପଖାଳକୁ ଶୁଖୁଆ ପୋଡ଼ା ବର୍ଷାଦିନେ ସେଇ…

ଅଧିକ ପଢ଼ନ୍ତୁ