Marichika - ମରିଚୀକା

ମରିଚୀକା

କରିବ କି ତୁମ ନୀଳକଇଁ ତୁମ କିରଣରେ ଶୀତଳତା ଭରିଦେବ ତହିଁ । ଏଇ ଉଷ୍ମତା ଯିବ ଦୂରେଇ ତୁମେ ଥିବ ପାଖେ ନ ଥିବ ଆଉ କେହି । କେତେ ସହିବି ଆଉ ସେ ବ୍ୟଥା କାହାକୁ କହିବି ସେ ମନର କଥା ଥକିଗଲିଣି ମୁଁ ଏତେ ଅପେକ୍ଷା କରି ନିଅ ଥରେ ଆପଣେଇ କର ନାହଁ ଆଉ ଡେରି । – ମୋନାଲିସା ଧଳ

ଅଧିକ ପଢ଼ନ୍ତୁ
Bapa Aji School jIbini (ବାପା ଆଜି ସ୍କୁଲ ଯିବିନି) by Mohammed Sadriwala

ବାପା ଆଜି ସ୍କୁଲ ଯିବିନି

ମୁହଁ ସଞ୍ଜରେ ମେଘର ଛାଉଣୀ ଘୋଟି ଆସିଥିଲା । ପୁରୀ ବେଳାଭୂମିରେ କୁଢ଼େଇ ହୋଇପଡ଼ିଥିଲା କୁହୁଡ଼ିର ଚାଦର ଆଉ ତା’ ସହିତ ଅତୀତର ବୁକୁଫଟା ସ୍ମୃତି । ରକ୍ତଭିଜା ସ୍ମୃତିର ପୃଷ୍ଠା ଲେଉଟି ଯାଉଥିଲା ଆଖି ଆଗରେ । ଶୋଇପଡ଼ିଛି ସଞ୍ଜବତୀ ଏକ ଭଙ୍ଗା ଚଉରାମୂଳେ । ସ୍ମୃତିର ପରଦା ଆଡ଼େଇ ୫ ବର୍ଷର ଅତୀତକକୁ ଫେରି ଯାଇଛି ସେ… ଶୀତୁଆ ସକାଳରେ ଗରମା ଗରମ ଚା’ ସାଙ୍ଗକୁ ବିସ୍କୁଟ ଆଣି ଥୋଇଦେଲେ ଟେବୁଲ ଉପରେ । – “କାହିଁ ତୁ ଉଠିନୁ ଏଯାଏ?”…

ଅଧିକ ପଢ଼ନ୍ତୁ
Prakurta Parichaya - ପ୍ରକୃତ ପରିଚୟ

ପ୍ରକୃତ ପରିଚୟ

କାଲି ରାତିର ମଧ୍ୟ ଭାଗରେ ପୋଲିସର ଅତର୍କିତ ଆକ୍ରମଣରେ ଅନେକ ଦେହ ବ୍ୟବସାୟୀ ଧରା ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ବେଶ କେଇଜଣ ପୋଖତ ଦେହ ବ୍ୟବସାୟୀ । ଅବଶ୍ୟ ଆଉ କେଇ ଜଣ କଲେଜ ପଢ଼ୁଆ ଝିଅ ବି ଅଛନ୍ତି । ପୋଲିସ ସମସ୍ତଙ୍କୁ ବାନ୍ଧି ନେଇଗଲା ହାଜତକୁ । ବହୁ ସମୟ ଧରି ପଚରା ଉଚୁରା କଲା । କାହା କାହାର ସମ୍ପର୍କୀୟ ଆସି କଥାବାର୍ତ୍ତା କରି ନେଇ ଗଲେ ନିଜ ନିଜ ସମ୍ପର୍କୀୟଙ୍କୁ । ହେଲେ ରହିଗଲା ଗୋଟେ ଝିଅ, ନା…

ଅଧିକ ପଢ଼ନ୍ତୁ
Mukha

ମୁଖା

ହସ ହସ ମୁହଁ ପଛରେ ଥାଏ ଅନେକ ଦୁଃଖର କାହାଣୀ, ହସର ମୁଖାଦ୍ୱାରା ଆଦୃତ କରି ଦୁନିଆ ଆଗରେ ପରସା ଯାଏ, ପ୍ରସାଧନ ସାମଗ୍ରୀର ବହଳ ପରସ୍ତରେ ଲୁଚାଯାଏ ବ୍ୟଥାର ଚିତ୍କାର, ଆଖି ବି ଶୁଆଇଦେଇ ତା’ ଭିତରେ ଲୁହ ସବୁକୁ ଦିଏ ଭିନ୍ନ ଏକ ଚାହାଣି… ଚିକମିକ ଆଲୁଆର ଦୁନିଆରେ କାହାର ବା ସମୟ ଅଛି, ଦୁଃଖର ଗଭୀରତାକୁ ମାପିବାକୁ କିଏ ବା ନିଜର ଅଛି, ଦୁଃଖକୁ ପ୍ରକାଶ କରି ମିଛ ସମବେଦନା ପାଇବଟା ବି…

ଅଧିକ ପଢ଼ନ୍ତୁ
Papa Prema

ପାପ ପ୍ରେମ

ମୋନିକା ଥିଲା ଅସୀତର ସହକର୍ମୀ । ତେଣୁ କଥାବାର୍ତ୍ତା ହେବା ସ୍ୱାଭାବିକ । ତାହା କେତେବେଳେ କାମକୁ ନେଇତ କେତେବେଳେ ବ୍ୟକ୍ତିଗତ । ମୋନିକା ଥିଲା ବିବାହିତ ଆଉ ୬ବର୍ଷର ପୁଅଟିଏ ମଧ୍ୟ । କିନ୍ତୁ ଅସୀତ ଅବିବାହିତ । ବୟସରେ ମୋନିକା ବଡ଼ ହୋଇଥିଲେବି ଅସୀତ ଥିଲା ମୋନିକାର ଉପରିସ୍ତ ଅଫିସର । ଆଉ ମୋନିକା ଥିଲା ଅସୀତର ଆସିଷ୍ଟାଣ୍ଟ । ଏମିତି କାମକୁ ନେଇ ବେଳେ ବେଳେ ସେମାନଙ୍କର ହ୍ଵାଟ୍‌ସ୍‌ଆପ୍‌ରେ ଚାଟିଙ୍ଗ ହେଉଥିଲା । ପରେ ପରେ ଗୁଡ଼୍ ମର୍ଣ୍ଣିଙ୍ଗ, ଗୁଡ଼ ନାଇଟ । ଆଉ ଧୀରେଧୀରେ…

ଅଧିକ ପଢ଼ନ୍ତୁ