You are currently viewing ମରିଚୀକା
ମରିଚୀକା

ମରିଚୀକା

କରିବ କି ତୁମ ନୀଳକଇଁ
ତୁମ କିରଣରେ ଶୀତଳତା ଭରିଦେବ ତହିଁ ।
ଏଇ ଉଷ୍ମତା ଯିବ ଦୂରେଇ
ତୁମେ ଥିବ ପାଖେ
ନ ଥିବ ଆଉ କେହି ।
କେତେ ସହିବି ଆଉ ସେ ବ୍ୟଥା
କାହାକୁ କହିବି ସେ ମନର କଥା
ଥକିଗଲିଣି ମୁଁ
ଏତେ ଅପେକ୍ଷା କରି
ନିଅ ଥରେ ଆପଣେଇ
କର ନାହଁ ଆଉ ଡେରି ।

– ମୋନାଲିସା ଧଳ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ମୋନାଲିସା ଧଳ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ/କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚନାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା ଆଦିରେ ସ୍ଥାନ ପାଇଛି ।